ମାୟାବିନୀ ମହିଳାଙ୍କ ବିରୋଧରେ ବଢ଼ୁଛି ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଚିକିତ୍ସା ବାହାନାରେ ହନିଟ୍ରାପ ଘଟଣା । ମାୟାବିନୀ ମହିଳାଙ୍କ ବିରୋଧରେ ବଢୁଛି ଅଭିଯୋଗ । ତମାଣ୍ଡୋ ପୋଲିସକୁ ଫୋନ କରି କଲେ ଅଭିଯୋଗ । କେନ୍ଦୁଝର ଓ ବଲାଙ୍ଗୀର ଯୁବକ ଟ୍ରାପ ହୋଇଥିବା ନେଇ ଅଭିଯୋଗ ହୋଇଛି । କଳିଙ୍ଗ ବିହାରର ଜଣେ ବ୍ୟବସାୟୀ ମଧ୍ୟ ହାନିଟ୍ରାପର ଶିକାର ହୋଇଥିବା ଜଣାପଡିଛି । ଗତକାଲି ଲେଡି ଡନ ଇରାନୀ, ସ୍ବାମୀ ନିଶିକାନ୍ତ ଓ ଅନ୍ୟ ୨ ସହଯୋଗୀ ଗିରଫ ହୋଇଥିଲେ । ଦୁଷ୍କର୍ମ ଉଦ୍ୟମ ଭୟ ଦେଖାଇ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ । ଭୟରେ ୧୦ ଲକ୍ଷ ଦେବାକୁ ରାଜି ହୋଇଥିଲେ ଡାକ୍ତର ଜଣକ । ଡାକ୍ତର ଜଣଙ୍କ ୧ ଲକ୍ଷର ଅନଲାଇନ ପେମେଣ୍ଟ ଓ ୯ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ଏନେଇ ଡାକ୍ତର ଜଣଙ୍କ ଅଭିଯୋଗ କରିବା ପରେ ହାନିଟ୍ରାପ ଗୁମର ଖୋଲିବାରେ ଲାଗିଛି ।

ଲୁଟ ପାଇଁ  ନୂଆ ତରିକା ଆପଣାଉଥିଲେ ଯୁବ ଦମ୍ପତି । ଚିକିତ୍ସା କରିବାକୁ ଡାକି ଡାକ୍ତରଙ୍କୁ ବ୍ଲାକ ମେଲିଙ୍ଗ କରି ଡିମାଣ୍ଡ କରିଥିଲେ ୨୫ ଲକ୍ଷ ଟଙ୍କା  । ପ୍ରଥମେ  ଏକ ଲକ୍ଷ୍ୟ ଫୋନ ପେରେ ଓ ନଅ ଲକ୍ଷ ଟଙ୍କା ନଗଦ ଦାବି କରିଥିଲେ ଠକ  । ଭୁବନେଶ୍ବର ତମାଣ୍ଡୋ ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସମେତ ୩ ଯୁବକଙ୍କୁ ଗିରଫ କରିଛି । ଗିରଫ ମହିଳା ଇରାନୀ ପାତ୍ର, ବାପି ପାତ୍ର, ଗିରିଜା ହରିଚନ୍ଦନ, ଗଣେଶ ପ୍ରଧାନ । ଲୁଟର ଶିକାର ହୋଇଥିବା ଡାକ୍ତର ଜଣକ ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଜଣାପଡିଛି  । ଡାକ୍ତରଙ୍କ ଅଭିଯୋଗ ପରେ ତମାଣ୍ଡୋ ପୋଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।  ଗୋଟେ ମାରଶଣାସ୍ତ୍ର ସହ ନଗଦ ୩୦ହଜାର ଟଙ୍କା, ନଅ ଲକ୍ଷ ଟଙ୍କାର ଚେକ ଜବତ କରି ୯ଟି ସଙ୍ଗୀନ ଦଫା ଲଗାଇଛି  ।