ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ)ର ନୋଟିଫିକେସନ ଜାରି ହୋଇଛି । ଏବେ କାର୍ଯ୍ୟରତ IAS/ IFS ଅଧିକାରୀ ପରୀକ୍ଷା ଦେଇ ପାରିବେ ନାହିଁ । ଏଥିସହିତ ଆଇପିଏସ ଦ୍ବିତୀୟ ଥର ଉକ୍ତ ପଦ ପାଇଁ ଆବେଦନ କରିପାରିବେ ନାହିଁ । ଆଇପିଏସ ପାଇଁ ନିୟମ ଅଧିକ ସ୍ପଷ୍ଟ ଓ କଠୋର କରାଯାଇଛି । ଚଳିତ ବର୍ଷ ଆୟୋଗ ତରଫରୁ ସର୍ଭିସ ଆଲୋକେସନ (ସେବା ଆବଣ୍ଟନ) ଓ ଡିଜିଟାଲ ସୁରକ୍ଷାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଓ ବଡ଼ ପରିବର୍ତ୍ତନ କରାଯାଇଛି । ଯଦ କୌଣସି ପ୍ରାର୍ଥୀଙ୍କ ଚୟନ ପୂର୍ବରୁ ହିଁ ଆଇପିଏସ ପାଇଁ ହୋଇ ସାରିଥିବ, ତେବେ ସେ ସିଏସଇ ୨୦୨୬ରେ ଦ୍ବିତୀୟ ଥର ଆଇପିଏସ ବିକଳ୍ପ ବାଛି ପାରିବେ ନାହିଁ ।
ଯଦି ଆପଣ କାର୍ଯ୍ୟରଥ ଆଇଏସ ଓ ଆଇଏଫଏସ ଅଧିକାରୀ, ତେବେ ଏହି ପରୀକ୍ଷାରେ ବସି ପାରିବେ ନାହିଁ । ଯଦି ମୁଖ୍ୟ ପରୀକ୍ଷା ପୂର୍ବରୁ ପ୍ରାର୍ଥୀଙ୍କ କୌଣସି ନିଯୁକ୍ତି ଏହି ସେବାରେ ହୁଏ, ତେବେ ତାଙ୍କୁ ମୁଖ୍ୟ ପରୀକ୍ଷା ଦେବାର ଅନୁମତି ମିଳିବ ନାହିଁ । ଯେଉଁମାନେ ସିଏସଇ ୨୦୨୫ ବା ତା’ ପୂର୍ବରୁ କୌଣସି ସର୍ଭିସରେ ଆସିସାରିଛନ୍ତି, ତାଙ୍କୁ ନିଜର ବାକି ଥିବା ଆଟେମ୍ପଟର ଉପଯୋଗ କରିବା ପାଇଁ ୨୦୨୬ ବା ୨୦୨୭ରେ ଏକ ଅନ୍ତିମ ସୁଯୋଗ ଦିଆଯିବ ।

