ଯଦି ଆପଣ Mozilla Firefox ବ୍ରାଉଜରର ବ୍ୟବହାର କରନ୍ତି, ତେବେ ସତର୍କ ରୁହନ୍ତି । ସାଇବର ଠକମାନେ ଆପଣଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସୁରକ୍ଷା ଏଜେନ୍ସି CERT-In ତରଫରୁ ଚେତାବନୀ ଜାରି କରାଯାଇଛି । CERT-In Mozilla Firefox ବ୍ରାଉଜରର କିଛି ଆଉଟଡେଟେଡ ଭର୍ସନକୁ ୟୁଜର୍ସର ପ୍ରାଇଭେସୀ ଓ ସୁରକ୍ଷା ପାଇଁ ବିପଦ ବୋଲି କୁହାଯାଇଛି । ଆପଣମାନେ କ’ଣ ଇଣ୍ଟରନେଟ ଚଳାଇବା ପାଇଁ Mozilla Firefox ବ୍ରାଉଜର ବ୍ୟବହାର କରନ୍ତି କି ? ଯଦି ହଁ, ତେବେ ସରକରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଆପଣଙ୍କ ପରି ବହୁ ୟୁଜର୍ସଙ୍କ ପାଇଁ ସିକ୍ୟୁରିଟି ଆଲର୍ଟ ଜାରି କରାଯାଇଛି । ରିପୋର୍ଟସ ମୁତାବକ, Mozilla Firefox ବ୍ରାଉଜରର କିଛି ଭର୍ସନରେ ଏପରି ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି, ଯାହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ କମ୍ପ୍ୟୁଟର ବା ଫୋନକୁ ହ୍ୟାକ୍ କରିଥାନ୍ତି । କିଛି ସମୟ ପୂର୍ବରୁ ସରକାରୀ ସଂସ୍ଥା ତରଫରୁ ଆଣ୍ଡ୍ରଏଡ ଓ ଏପଲ ୟୁଜର୍ସଙ୍କୁ ମଧ୍ୟ ଚେତାବନୀ ଜାରି କରାଯାଇଛି । ଏବେ ଆପଣଙ୍କ ପ୍ରାଇଭେସୀ ଓ ଡାଟା ସୁରକ୍ଷା ପାଇଁ ସରକାର ତୁରନ୍ତ କିଛି ପଦକ୍ଷେପ ଉଠାଇବାକୁ ପରାର୍ମଶ ଦିଆଯାଇଛି ।
CERT-In ମୁତାବକ, ମୋଜିଲାର ସାମଗ୍ରୀରେ ମଲ୍ଲୀପଲ ଭଲନରେବିଲିଟି ବା ଅନେକ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ ସିଷ୍ଟମ ଠାରୁ ଦୂରରେ ବସି ମଧ୍ୟ ଏକ୍ସେସ କରିପାରନ୍ତି । ଏଥିପାଇଁ ମୋଜିଲା ଫାୟରଫକ୍ସର ୟୁଜର୍ସକୁ ହ୍ୟାକର୍ସ ସ୍ବତନ୍ତ୍ର ଧରଣର ଓ୍ବେବ ରିକ୍ବେଷ୍ଟ ବା ଲିଙ୍କ ପଠାଇ ପାରନ୍ତି । ଉକ୍ତ ଲିଙ୍କ ଉପରେ କ୍ଲିକ କରିବା କ୍ଷଣି ୟୁଜରଙ୍କ ସବୁ ଡାଟା ଚୋରି ହୋଇପାରେ । ଚିନ୍ତାର ବିଷୟ ହେଉଛି, ଏପରି ବିପଦ ଇମେଲ କ୍ଲାଇଣ୍ଟ ଥଣ୍ଡରବର୍ଡ ଉପରେ ମଧ୍ୟ ରହିଛି, ଯେଉଁଠି ହ୍ୟାକର୍ସ ଏନକ୍ରିପ୍ଟେଡ ଇ-ମେଲରୁ ମଧ୍ୟ ଡିଟେଲ୍ସ ବାହାର କରିପାରିବେ । ଯଦି ଆପଣ ନିଜର ବ୍ରାଉଜର ଅପଡେଟ୍ କରିନାହାନ୍ତି, ତେବେ ଆପଣଙ୍କ ବ୍ୟାଙ୍କିଂ ଡିଟେଲ୍ସ ଓ ପାସଓ୍ବାର୍ଡ ଉପରେ ବିପଦ ସୃଷ୍ଟି ହୋଇପାରେ ।

