ଧରାପଡିଲା କାନପୁରର ନକଲି ଡାକ୍ତର ଅନୁଷ୍କାଙ୍କ ମିଛ; MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ
1 min read
ନନ୍ଦିଘୋଷ ବ୍ୟୁରୋ : ପଦାରେ ପଡିଲା ନକଲି ଡାକ୍ତରଙ୍କ ସତ । MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ । ଏପରି ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଛି କାନପୁର ପୋଲିସ । ନିକଟରେ କାନପୁରରେ ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ୨ ଇଞ୍ଜିନିୟରଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ଅନୁଷ୍କା ତିଓ୍ବାରୀ । ଦୁଇ ଇଞ୍ଜିନିୟରଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ଏହି ଡାକ୍ତରଙ୍କୁ ଦାୟୀ କରିଥିଲେ । ଘଟଣାର ଯାଞ୍ଚ ପରେ ପୋଲିସକୁ ଅନେକ ତଥ୍ୟ ମଧ୍ୟ ମିଳିଛି । ତଦନ୍ତ ବଢିବା ସହ ଅନୁଷ୍କାଙ୍କର ଅନେକ ମିଛ ମଧ୍ୟ ସାମ୍ନାକୁ ଆସିଛି ।
ପୋଲିସ ସୂଚନା ଅନୁଯାୟୀ, ଘଟଣାରେ ତଦନ୍ତରେ ଜଣାପଡିଛି ଯେ, ଡାକ୍ତର ଅନୁଷ୍କାଙ୍କର MBBS ଡିଗ୍ରୀ ମଧ୍ୟ ନାହିଁ, ଆଉ ନିଜକୁ ଡର୍ମାଟୋଲୋଜିଷ୍ଟ ବୋଲି କହି କରୁଥିଲେ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ । ତଦନ୍ତରୁ ଆହୁରି ମଧ୍ୟ ଜଣାପଡିଛି ଯେ, ତାଙ୍କ ପାଖରେ କୌଣସି ତାଲିମପ୍ରାପ୍ତ ସହାୟକ ମଧ୍ୟ ନଥିଲେ । ସର୍ଜରୀ ସମୟରେ ଯାହାଙ୍କ ସାହଯ୍ୟ ନେଉଥିଲେ ମେମାନେ ମଧ୍ୟ ନକଲି ହେଲପର ଥିଲେ । ଏହି ଦୁଇ ମାମଲା ପଦାକୁ ଆସିବା ପରଠାରୁ ଅନୁଷ୍କା ତିଓ୍ୱାରୀ ଓ ତାଙ୍କ ସ୍ୱାମୀ ଫେରାର ଅଛନ୍ତି । ଏବେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ନିରନ୍ତର ଚଢାଉ କରୁଛି ।