ବିହାର କୃଷି ମନ୍ତ୍ରୀଙ୍କ ଇସ୍ତଫା, ନିଜକୁ ଚୋର ସର୍ଦ୍ଦାର କହି ଚର୍ଚ୍ଚାରେ ଥିଲେ

ପାଟନା: ବିହାର କୃଷି ମନ୍ତ୍ରୀଙ୍କ ଇସ୍ତଫା । ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ସୁଧାକର ସିଂ । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି । କେମୁର ଜିଲ୍ଲା ରାମଗଡ଼ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ସୁଧାକର ସିଂ ।

ବିହାରର ବରିଷ୍ଠ ଆରଜେଡି ନେତା ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର । କୃଷି ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେ କହି ଚର୍ଚ୍ଚାରେ ଥିଲେ ସୁଧାକର । ଜନସଭାକୁ ସମ୍ବୋଧିତ କରି ସେ କୃଷି ବିଭାଗରେ ଅନେକ ଚୋର ଥିବା ବେଳେ ସେ ନିଜେ ଚୋରଙ୍କ ସର୍ଦ୍ଦାର ବୋଲି କହିଥିଲେ । ଏହାକୁ ନେଇ ନୀତୀଶ କୁମାରଙ୍କ ସହ ସୁଧାକରଙ୍କ ଯୁକ୍ତିତର୍କ ହୋଇଥିବା କୁହାଯାଉଥିଲା ।

ଏହାଛଡ଼ା ୨୦୧୩ ଚାଉଳ ଦୁର୍ନୀତିରେ ସୁଧାକର ଅଭିଯୁକ୍ତ ଥିବା ବେଳେ ତାଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ଏହାକୁ ନେଇ ବିରୋଧୀ ଲଗାତାର ତାଙ୍କୁ ଟାର୍ଗେଟ କରୁଥିଲେ । ତେବେ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁଅ ଇସ୍ତଫା ଦେଇଛି ବୋଲି ଆରଜେଡି ସଭାପତି ଜଗଦାନନ୍ଦ ସିଂ କହିଛନ୍ତି ।