spot_img

Latest Posts

ବାପା ପାଇଁ ଡାକ୍ତର ସାମ୍ନାରେ ପୁଅର ଆକୁଳ ନିବେଦନ, ଅମ୍ଳଜାନ ନପାଇ ବାପାର ଚାଲିଗଲା ଜୀବନ

ବିହାର: କରୋନା ସଂକ୍ରମଣରେ ବିହାରର ସ୍ଥିତି ଏବେ ସଂକଟାପନ୍ନ ରହିଛି। ଏଭଳି ସ୍ଥିତିରେ ସାହାଯ୍ୟ ମାଗିଲେ ମଧ୍ୟ ମିଳୁନି ସାହାଯ୍ୟ। ଅମ୍ଳଜାନ ଅଭାବରୁ ଚାଲିଯାଇଛି ଜଣେ କରୋନା ରୋଗୀଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ଆରାର ସଦର ହସ୍ପିଟାଲରେ। ଡାକ୍ତରଖାନା ବାହାରେ ଥାଇ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କ ନିକଟରେ ନିବେଦନ କରିଥିଲେ। ହେଲେ କେହି ଶୁଣିନଥିଲେ। ଶେଷରେ ରାମଶଙ୍କର କୌଣସି ସାହାଯ୍ୟ ନପାଇଁ କ୍ୟାମେରା ସାମ୍ନାରେ ମୃତ୍ୟୁବରଣ କରିଥିଲେ।

ଡାକ୍ତରଖାନାରେ ବିଦ୍ୟୁତ୍ ନାହିଁ, ସେଥିପାଇଁ ରୋଗୀ ନେବୁଲାଇଜର ନେଇପାରୁନାହାଁନ୍ତି। ଏଠାରେ ଗୋଟିଏ ରୋଗୀ ଆସିଲେ ମଧ୍ୟ ଡାକ୍ତରମାନେ ଚିକିତ୍ସା କରିବାକୁ ଆସନ୍ତି ନାହିଁ। ଖାଲି ସେତିକି ନୁହେଁ ଏଠାରେ ତିନି ଭେଣ୍ଟିଲେଟର ସହିତ ବେଡ ରହିଛି, କିନ୍ତୁ ଏହା ୮ ମାସ ହେଲା ବନ୍ଦ ହୋଇରହିଛି ।

ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ରାମଶଙ୍କରଙ୍କୁ ଆରାର ସଦର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ତାଙ୍କ ପୁଅ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ଚିକିତ୍ସା ପାଇଁ ଆସିନଥିଲେ। ସକାଳୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମଧ୍ୟାହ୍ନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ହୋଇପାରିନଥିଲା । ଏନେଇ ନର୍ସଙ୍କୁ ପଚାରିବାରୁ ସେ କହିଥିଲେ ଏଥିପାଇଁ ମ୍ୟାନେଜର ଦାୟୀ ବୋଲି ସେ କହିଥିଲେ।

Latest Posts

Don't Miss