ପ୍ରଥମ ପର୍ଯ୍ୟାୟ ବିହାର ଭୋଟ୍ : ୭୧ ବିଧାନସଭା ଆସନ ପାଇଁ ମଇଦାନରେ ୧୦୬୬ ପ୍ରାର୍ଥୀ

ପାଟନା:  ସାରା ଦୁନିଆ କରୋନା କବଳିତ । ଏହାର ପ୍ରତିଷେଧକ ପାଇଁ ସାରା ଚିକିତ୍ସା ବିଜ୍ଞାନ ଜଗତ ଚେଷ୍ଟାରତ । କରୋନା ଯୋଗୁ ପ୍ରଭାବିତ ହୋଇଥିଲା ଜନଜୀବନ ଓ ଜୀବିକା । ହେଲେ ଜୀବନ ଅଟକି ନ ଥିଲା । ଏତେ ସବୁ ବାଧା ସତ୍ତ୍ୱେ ଅଟକିବ ନାହିଁ ଗଣତନ୍ତ୍ରର ମହାପର୍ବ ଭୋଟ । ରାଜନୈତିକ ଦୃଷ୍ଟିକୋଣରୁ ୟୁପି ପରେ ସବୁଠୁ ଅଧିକ ଚର୍ଚ୍ଚିତ ରାଜ୍ୟ ହେଉଛି ବିହାର । ତେଣୁ କୋଭିଡ଼ କଟକଣାରେ ବିହାର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିବ ।

Bihar Election

୨୮ ଅକ୍ଟୋବର ତଥା ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହିଦିନ ବିହାରର ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ମତଦାନ କରିବାକୁ ଯାଉଛନ୍ତି । ଯେଉଁଥିରେ କେବଳ ମହିଳାଙ୍କ ସଂଖ୍ୟା ରହିଛି ୧.୦୧ । ୫୯୯ ଜଣ ତୃତୀୟ ଲିଙ୍ଗୀ । ୭୧ଟି ବିଧାନସଭାରେ ଆସନରେ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ୧୦୬୬ ପ୍ରାର୍ଥୀ ।

ମଇଦାନରେ ୯୫୨ ଜଣ ପୁରୁଷ ଏବଂ ୧୧୪ ମହିଳା ଭୋଟ ଲଢୁଛନ୍ତି ।ଗୟା ଟାଉନ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨୭ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେହିପରି ବାଙ୍କାର କାଟୋରିଆ ବିଧାନସଭାରେ ଆସନରେ ମାତ୍ର ୫ ଜଣ ପ୍ରତିଯୋଗିତା କରୁଛନ୍ତି । ଏହି ପର୍ଯ୍ୟାୟ ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Who Is Pushpam Priya Chowdhary Bihar Election Politics Eeducation Plurals Party

ନୀତିଶ କୁମାରଙ୍କ ଜେଡିୟୁ ୩୫, ଆରଜେଡି ୪୨, ବିଜେପି ୨୯ ଏବଂ କଂଗ୍ରେସ ୨୦ଟି ଆସନରେ ଲଢୁଛି । ସେହିପରି ବାମମେଣ୍ଟ ୯ଟି ସ୍ଥାନରେ ଭାଗ୍ୟ ପରୀକ୍ଷା କରୁଛି । ଦିବଂଗତ ନେତା ରାମବିଳାସ ପାଶୱାନଙ୍କ ଦଳ ଲୋକଜନଶକ୍ତି ପାର୍ଟି(ଏଲଜେପି ୪୧ଟି )ଆସନରେ ଲଢୁଛି । ତନ୍ମଧ୍ୟରୁ ୩୫ଟି ଆସନରେ ଜେଡିୟୁ ସହ ଲଢୁଛି, ଯାହା ନୀତିଶଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଏହି ପର୍ଯ୍ୟାୟରେ ନୀତିଶଙ୍କ କ୍ୟାବିନେଟର ୬ ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବାକୁ ଯାଉଛି । ଏହିମାନେ ହେଲେ ପ୍ରେମ କୁମାର, କ୍ରିଷ୍ଣନନ୍ଦନ ପ୍ରସାଦ ବର୍ମା, ବିଜୟ  ସିହ୍ନା , ଜୟ କୁମାର ସିଂ, ରାମନାରାୟଣ ମଣ୍ଡଳ ଏବଂ ସନ୍ତୋଷ କୁମାର ନିରଳ ।

paswan

ଏହି ପର୍ଯ୍ୟାୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂଙ୍କ କନ୍ୟା ଶ୍ରେୟାସୀ ସିଂ ମଧ୍ୟ ନିର୍ବାଚନ ଲଢୁଛନ୍ତି । ସେ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପଦକ ବିଜୟିନୀ ହୋଇସାରିଛନ୍ତି । ସେହିଭଳି କୋଭିଡ୍ କଟକଣାରେ ହେବାକୁ ଥିବା ଏହି ନିର୍ବାଚନରେ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ପ୍ରତି ବୁଥରେ ୧୦୦୦ ମତଦାତା ଭୋଟ ଦେବେ । ଭୋଟ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତି ବିଶେଷ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବେ । ୮୦ରୁ ଅଧିକ ବୟସ ଭୋଟରମାନଙ୍କ ପାଇଁ ବିକଳ୍ପ ଭୋଟଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

Leave a Reply