ବିହାର ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ

ବିହାର : ହରଡ଼ଘଣାରେ ବିହାର ମହାଗଠବନ୍ଧନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏହା ସହ ଆଜି ବି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ତଥାପି ମହାଗଠବନ୍ଧନର ଚିତ୍ର ହୋଇପାରିନି ସ୍ପଷ୍ଟ । ସେପଟେ ମହାଗଠବନ୍ଧନରୁ ଦୂରେଇ ଯାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଜେଏମଏମ ଏକୁଟିଆ ୬ ଆସନରେ ଲଢେଇ କରିବାକୁ ଘୋଷଣା କରିଛି । ଧମଦାହା, ଚକାଇ, କାଟୋରିଆ, ମଣିହାରୀ, ଜାମୁଇ ଓ ପୀରପେନ୍ତିରେ ଲଢେଇ କରିବ ଜେଏମଏମ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟ ଦୁଇ ଦଳ ଆରଜେଡି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସମ୍ଭବ ହୋଇପାରିନାହିଁ ।
ତେଣୁ ଅଧିକାଂଶ ସ୍ଥାନରେ ଫ୍ରେଣ୍ଡଲି ଫାଇଟ ହେବ ବୋଲି ସୂଚନା ମିଳିଛି । ତେଣେ ମେଣ୍ଟ ବୁଝାମଣା ହୋଇ ନପାରିବାରୁ ଅନେକ ଆସନରେ ସିପିଆଇ ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ସବିଶେଷ ବିବରଣୀ ଅନୁଯାୟୀ ଆରଜେଡି ୧୩୦ରୁ ୧୩୫, କଂଗ୍ରେସ ପ୍ରାୟ ୬୦, ଭିଆଇପି ୧୫, ବାମପନ୍ଥୀ ଦଳ ପ୍ରାୟ ୨୯ ଆସନରେ ଲଢିବା ସୂଚନା ମିଳିଛି । ତେଣେ ଏଆଇଏମଆଇଏମ ୨୫ ଜଣଙ୍କ ନାଁ ଘୋଷଣା କରିଛି ।