spot_img

Latest Posts

ଶ୍ରମଜୀବୀଙ୍କ ସ୍ୱର ସାଜିବ ବିଜୁ ଶ୍ରମିକ ସାମୁଖ୍ୟ ; ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ଶ୍ରମିକ ବିରୋଧୀ ସାଜିଛି ବିଜେପି ସରକାର । ଶ୍ରମିକଙ୍କ ସ୍ବର ସାଜିବ ବିଜୁ ଶ୍ରମିକ ସାମୁଖ୍ୟ । ମାଆମାନଙ୍କୁ ଭୁତାଇ ରାଜରାସ୍ତାରେ ବସାଇଦେଲା ଲୋକଙ୍କ ସରକାର । ମିଶନଶକ୍ତି ଦୌଡିବା ନାଁରେ ପଙ୍ଗୁ କରିଦେଲା । ମେ ୧ ରାଜ୍ୟବ୍ୟାପି ଶ୍ରମିକ ଦିବସ ପାଳିବ ବିଏସଏସ । ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମାନସ ମନ୍ଥନ । ଶ୍ରମିକମାନଙ୍କ ହକ ଓ ନାର୍ଯ୍ୟ ଦାବି ଲାଗି ତିଆରି ହେଲା ରୋଡ ମ୍ଯାପ୍ । ବିଜେପି ସରକାରରେ ଖାଦ୍ଯ ସୁରକ୍ଷା ଆଇନରେ ୨୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସାଧାରଣ ଲୋକ ବଞ୍ଚିତ ହେବେ । ନିର୍ମାଣ ଶ୍ରମିକ ଓ ପରିବହନ ଶ୍ରମିକ ବୋର୍ଡ ପରି ଅନେକ ବୋର୍ଡ କାର୍ଯ୍ୟକାରୀ ହେଉ ନାହିଁ । ଆଶା, ପାଚିକା, ଅଙ୍ଗନବାଡି, ମିଶନଶକ୍ତି, ଇସି, ଏମବିକେ ଭଳି ଏକାଧିକ ଶ୍ରମଜୀବୀ ସଂର୍ଘଷ ଓ ସଂକଟରେ ଗତି କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଥିବାବେଳେ ଯେଉଁସବୁ ସୁବିଧା ପାଉଥିଲେ, ଆଜି ସେମାନେ ପାଉ ନାହାନ୍ତି । ତେଣୁ ଶ୍ରମଜୀବୀଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ବଡ଼ଧରଣର ଆନ୍ଦୋଳନକୁ ଓହ୍ଲାଇବ ।

ରାଜ୍ୟରେ ହୁ ହୁ ଦରଦାମ ବଢିବାରେ ଲାଗିଛି । ହେଲେ ଡବଲ ଇଞ୍ଜିନ ସରକାର ଶ୍ରମିକମାନଙ୍କ ଦୁଃଖ ଓ ଦରମା ବୃଦ୍ଧି କଥା ଭୁଲି ଯାଇଛି । ରାଜ୍ୟରୁ ଅନ୍ୟ ରାଜ୍ୟକୁ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ମୃତ୍ୟୁ ହେଉଛି । ଏଥିରେ ରୋକ ଲଗାଇବା ପାଇଁ ଜାତୀୟ ସ୍ତରର ଆଇନ ଲାଗୁ କରାଯାଉଛି । ଏପରି ଏକାଧିକ ସମସ୍ଯାକୁ ନେଇ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲ, ମହାସଚିବ ସୁବାସ ସିଂ, ଉପସଭାପତି ପ୍ରିତିରଞ୍ଜନ ଘଡେ଼ଇ, ରାଜ୍ୟ ମୁଖ୍ୟ ସଂଯୋଜକ ଆଶାକର୍ମୀ ସ୍ୱରୂପ କୁମାର ଦାସଙ୍କ ସମେତ ଅଙ୍ଗନବାଡିର ରାଜ୍ଯ ସଭାପତି, ଆଶା ସାମୁଖ୍ୟ ସଭାନେତ୍ରୀ, ପାଚିକା ସଂଘର ସଭାପତି ଓ ରାଜ୍ୟ ସମ୍ପାଦକ, ଅଟୋ ଚାଳକ ମହାସଂଘର ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ ।

Latest Posts

Don't Miss