ନିର୍ବାଚନ ପ୍ରସ୍ତୁତି: ବିଜୁ ଛାତ୍ର ଜନତା ଦଳକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରସୋରରେ ଚଲାଇଛନ୍ତି । ଏହି କ୍ରମରେ ରାଜ୍ୟରେ ବିଜେଡି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସଠାରୁ ଢେର ଆଗରେ ରହିଛି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏପଟେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳକୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବାକୁ ପ୍ରଣବ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପକାଇବାକୁ ବୈଠରେ ଆହ୍ବାନ ଦିଆଯାଇଛି । ଏହାସହ ସ୍କୁଲ, କଲେଜ ରୂପାନ୍ତରଣ ରାଜ୍ୟର ଯୁବବର୍ଗଙ୍କ ପାଖରେ ପହଞ୍ଚାଇବାକୁ ପ୍ରଣବ କହିଛନ୍ତି । ପୁଞ୍ଜି ନିବେଶ ଯୋଗୁଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଛି । ଏହି ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ତୃଣମୂଳ ସ୍ତରରେ କାମ କରିବାକୁ ପଡ଼ିବ । ସେହିପରି ଚଳିତ ନିର୍ବାଚନରେ ପ୍ରଥମ ଥର ଭୋଟ ଦେବାକୁ ଥିବା ସାଢେ ୭ ଲକ୍ଷ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କ ପ୍ରତି ଅନୁପ୍ରାଣିତ କରିବାକୁ ହେଲେ ଛାତ୍ର ବିଜେଡିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରଡଣ କରିବାକୁ ପଡିବ । ଆଉ ଏଥିପାଇଁ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ସୋସିଆଲ ମିଡ଼ିଆକୁ ମଧ୍ୟ୍ୟ ବ୍ୟବହାର କରାଯିବ ସହ ୨୦୩୬ ସୁଦ୍ଧା ସଶକ୍ତ, ସମୃଦ୍ଧ ଓ ନବୀନ ଓଡ଼ିଶା ପାଇଁ ଭିତ୍ତି ପକାଯିବ । ଏଥିପାଇଁ ଯୁବଶକ୍ତିଙ୍କୁ ସଠିକ୍ ଭାବେ ଦାୟିତ୍ବ ତୁଲାଇବାକୁ ବୈଠକରେ କୁହାଯାଇଛି ।