spot_img

Latest Posts

ଉପାନ୍ତ ଦେଖିବ ସ୍ମାର୍ଟ ଇତିହାସ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବାସ୍ତବ ରୂପ ନେଉଛି ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା, ସୁଖୀ ଓଡ଼ିଶାର ସ୍ୱପ୍ନ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିବ ନୂଆ ବିପ୍ଳବ । ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ  ଯୋଡ଼ିହେବ ଆଉ ଏକ ମାଇଲଖୁଣ୍ଟ। ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଜିଟାଲ କାର୍ଡ ବଣ୍ଟାହେବ। ମାଲକାନଗିରି ମାଟିରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉନ୍ମୋଚନ କରିବେ। ଏଥିପାଇଁ ମାଲକାନଗିରିରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଉ କିଛି ସମୟ ଭିତରେ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭ ଉନ୍ମୋଚନ କରାଯିବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ସର୍ବମୋଟ ୧ ଲକ୍ଷ ୫୫ ହଜାର ୮୨୩ କାର୍ଡ ବଣ୍ଟନ କରାଯିବ । କାର୍ଡଧାରୀଙ୍କ ପାଇଁ ୫ ଲକ୍ଷରୁ ୧୦ ଲକ୍ଷ ଯାଏଁ ସ୍ୱାସ୍ଥ୍ୟ ବୀମା ରହିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ପଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲିଠୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି ।

Latest Posts

Don't Miss