ପେଟ୍ରୋଲ ଶୁଙ୍ଘୁଥିଲେ ହୋଇଯାଆନ୍ତୁ ସାବଧାନ, ପେଟ୍ରୋଲ ଶୁଙ୍ଘିବା କ୍ଷଣି ବାଇକ୍ ଚାଳକଙ୍କ ହୋଇଗଲା ମୃତ୍ୟୁ

ରାଞ୍ଚି: ପେଟ୍ରୋଲ ଶୁଙ୍ଘୁଥିଲେ ହୋଇଯାଆନ୍ତୁ ସାବଧାନ । ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାର । ଏମିତିକି ଜୀବନ ନେଇପାରେ । ଝାରଖଣ୍ଡର ଦେବଘର ଜିଲ୍ଲାରେ ୨୦୨୧ ମସିହାରେରେ ଜଣେ ଯୁବକଙ୍କ ଶବ ତାଙ୍କ ବାଇକ୍ ଉପରେ ପଡ଼ିଥିବାର ଦେଖାଯାଇଥିଲା । ଯୁବକଙ୍କ ଶରୀରରେ କେଉଁଠି ବି ଆଘାତ ନଥିଲା ଏବଂ ନା ହିଁ ସେ ଅସୁସ୍ଥ ଥିଲେ । ଆଦିତ୍ୟ ନାମକ ଏହି ଯୁବକଙ୍କ ମୃତଦେହ ତାଙ୍କ ବାଇକ ଉପରେ ହିଁ ଥିଲା ଏବଂ ନାକ ଗାଡ଼ିର ଟାଙ୍କିରେ ଲାଗିଥିଲା । ଟାଙ୍କିର ଲକ୍ ଖୋଲାଥିଲା । ଚାବି ହାତରେ ଥିଲା ।

କାହାକୁ ବି ବୁଝା ପଡୁନଥିଲା ଯେ ଯୁବକଙ୍କ ମୃତ୍ୟୁ କେମିତି ହେଲା । ପୋଲିସ ଯେବେ ପରିବାର ଲୋକଙ୍କୁ ଡକାଇ ଘଟଣା ସମ୍ପର୍କରେ ପଚାରିଥିଲା ତେବେ ଜଣାଯାଇଥିଲା ଯେ, ଯୁବକ ଜଣକ ନିଶା କବଳରେ କବଳିତ ଥିଲେ ଏବଂ ନିଶା ପାଇଁ ପେଟ୍ରୋଲ ମଧ୍ୟ ଶୁଙ୍ଘୁଥିଲା । ଘଟଣା ସମୟରେ ମଧ୍ୟ ସେ ପେଟ୍ରୋଲ ହିଁ ଶୁଙ୍ଘୁଥିଲା । କିନ୍ତୁ ପେଟ୍ରୋଲ ଗ୍ୟାସରେ ଥିବା ବିଷାକ୍ତ ତତ୍ତ୍ୱ ତାଙ୍କ ଉପରେ ଏପରି ପ୍ରଭାବ ପକାଇଥିଲା ଯେ ତାଙ୍କ ଶରୀରରେ ଅକ୍ସିଜେନ ସପ୍ଲାଇ ହିଁ ଅଟକିଯାଇଥିଲା ଏବଂ ସେ ଯେଉଁ ପୋଜିସନରେ ଥିଲେ, ସେମିତି ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଆପଣ ଭାବୁଥିବେ ଯେ ପେଟ୍ରୋଲ ଶୁଙ୍ଘିବା କେଉଁ ପ୍ରକାର ନିଶା ଅଟେ ଏବଂ ଏହା ଏତେ ବିପଦଜନ୍ନକ କାହିଁକି ଅଟେ । ପ୍ରକାଶଥାଉକି ଏହା ଏକ ପ୍ରକାର ଆଡିକ୍ସନ ଅଟେ । ଏହାକୁ ଇଂରାଜୀରେ ପେଟ୍ରୋଲ ସ୍ନିଫିଙ୍ଗ କୁହାଯାଏ । ଅନେକ ଆଫ୍ରିକୀୟ ଦେଶରେ ଏହି ଆଶକ୍ତି ବିକରାଳ ରୂପ ନେଇଛି । ଆମ ଦେଶରେ ମଧ୍ୟ ଅନେକ ଲୋକ ପେଟ୍ରୋଲ ଶୁଙ୍ଘିବାର ସଉକ ରଖିଥାନ୍ତି । ସେମାନଙ୍କୁ ଲାଗିଥାଏ ଯେ ଏପରି କରିବା ସାଧାରଣ ଅଟେ । କିନ୍ତୁ ଅଜାଣତରେ ସେମାନେ ଏକ ଭୟଙ୍କର ଆଶକ୍ତିର ଶିକାର ହେବାରେ ଲାଗିଥାନ୍ତି । ପେଟ୍ରୋଲ ଗନ୍ଧ ନିଶ୍ୱାସ ଅଟକାଇପାରେ ।

ପେଟ୍ରୋଲ ସିଧା ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ, ଯେଉଁ କାରଣରୁ ମସ୍ତିଷ୍କ ପର୍ଯ୍ୟନ୍ତ ଅକ୍ସିଜେନର ସପ୍ଲାଇ ବନ୍ଦ ହୋଇଯାଇଥାଏ ଏବଂ ତୁରନ୍ତ ମୃତ୍ୟୁ ହୋଇଯାଇଥାଏ । ଯଦି ପେଟ୍ରୋଲ ପାଖକୁ ଯାଇ ନିଶ୍ୱାସ ନିଆଯାଏ ତେବେ ପେଟ୍ରୋଲରେ ଥିବା କାର୍ବନ ମନକ୍ସାଇଡ ଫୁସଫୁସକୁ ଯିବା କ୍ଷଣି ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଥାଏ ଏବଂ ନର୍ଭସ ସିଷ୍ଟମକୁ କମଜୋର କରିବାକୁ ଲାଗିଥାଏ । ଯଦି ଏହି ଗ୍ୟାସ୍ ଅଧିକ ମାତ୍ରାରେ ଶରୀର ଭିତରକୁ ଚାଲିଯାଏ ତେବେ ସମ୍ପୂର୍ଣ୍ଣ ନର୍ଭସ ସିଷ୍ଟମକୁ ଫେଲ୍ କରିପାରେ ।

ଯେଉଁକାରଣରୁ ମଣିଷକୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ ଏବଂ ଶରୀରରେ ଅକ୍ସିଜେନର ଅଭାବ ଦେଖା ଦେଇଥାଏ । ଯାହା କି ତାର ମୃତ୍ୟୁର କାରଣ ହୋଇଥାଏ । ଏହା ବ୍ୟତୀତ ପେଟ୍ରୋଲ ଶୁଙ୍ଘିବା ଦ୍ୱାରା ମୁଣ୍ଡ ବୁଲାଇବା, ଡିପ୍ରେସନ, ଭୋକ ନକରିବା, ମଳରେ ରକ୍ତ ପଡ଼ିବା, ଚିଡିଚିଡାପଣ, ଅନ୍ଧାପଣ, ବେହୋସ ହେବା, ଛାତିରେ ଜଳାପୋଡ଼ାର ସମସ୍ୟା ମଧ୍ୟ ହୋଇପାରେ । ପେଟ୍ରୋଲ ସ୍ନିଫିଂ ଏକ ପ୍ରକାରର ରୋଗ ଅଟେ । ଯାହା ଧୀରେ ଧୀରେ ନର୍ଭସ ସିଷ୍ଟମକୁ ପ୍ରଭାବିତ କରିଥାଏ ।

ଯଦି କାହାକୁ ପେଟ୍ରୋଲର ଗନ୍ଧ ଭଲ ଲାଗୁଛି ତେବେ ଏହାର ଅର୍ଥ ଯେ ସେ କୌଣସି ନା କୌଣସି ସ୍ତରରେ ପେଟ୍ରୋଲ ସ୍ନିଫିଙ୍ଗ ଦ୍ୱାରା ଗ୍ରସ୍ତ ଅଛନ୍ତି । ଏପରି ସ୍ଥିତିରେ ଏହି ଆଶକ୍ତିରେ ପଡ଼ିବା ଏବଂ ରୋଗାଗ୍ରସ୍ତ ହେବାର ଆଶଙ୍କା ଅଧିକ ରହିଥାଏ । ପେଟ୍ରୋଲରେ ଥିବା ବେଞ୍ଜିନ ମିଠା ଗନ୍ଧର ହୋଇଥାଏ । ଯାହା ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ଅନେକ ରିସର୍ଚ୍ଚରୁ ପ୍ରମାଣିତ ହୋଇଛି ଯେ ବେଞ୍ଜିନ ଫୁସଫୁସକୁ ଯିବା ପରେ କ୍ୟାନ୍ସରର କାରଣ ହୋଇପାରେ ଏବଂ ଲୋକଙ୍କୁ ଏହାର ଅଭ୍ୟାସ ଲାଗିପାରେ । ତେଣୁ ଏହି ବଦଅଭ୍ୟାସ ସମୟ ଥାଉ ଥାଉ ବଦଳାଇ ଦିଅନ୍ତୁ ।