ନାମାଙ୍କନ ଦାଖଲ କଲେ ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା

ଛତ୍ରପୁର: ଗୋପାଳପୁର  ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି । ଗୋପାଳପୁର ଧବଳେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ୧୦ ହଜାରରୁ ଅଧିକ ସମର୍ଥଙ୍କ ସହ ବିରାଟ ରାଲି କରିଥିଲେ । ବିଜେଡି କର୍ମୀ ଓ ଜନସାଧାରଣଙ୍କ ସହ ବିରାଟ ପଟୁଆରରେ ନିର୍ବାଚନମଣ୍ଡଳି ପରିକ୍ରମା କରିଥିଲେ । ବିଜେଡି ରାଲିରେ ଶଙ୍ଖ, ମହୁରୀ ଓ ବାଜାବାଣରେ ସାରା ସହର କମ୍ପିଉଠିଛିଲା । ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିକ୍ରମ । ଗୋପାଳପୁରବାସୀ ବିଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିକ୍ରମ । ଅନ୍ଯପଟେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ମଧ୍ଯ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି ।