spot_img

Latest Posts

କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟସ

ନୂଆଦିଲ୍ଲୀ: ବିଲ୍ ଗେଟସଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସ୍ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଲ ଗେଟସ୍ । କରୋନାରେ ଆକ୍ରାନ୍ତ ହେବା ପରେ ନିଜକୁ ଆଇସୋଲେଟ୍ କରିଛନ୍ତି ବିଲ୍ ଗେଟସ୍ । ତେବେ ଯେ ପର୍ଯ୍ୟନ୍ତସେ ସୁସ୍ଥ ନହୋଇଛନ୍ତି ସେତେ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ବୋଲି ବିଲ୍ ଗେଟସ୍ କହିଛନ୍ତି । ବିଲ୍ ଗେଟସ୍ ପୂର୍ବରୁ କରୋନାର ଟିକା ନେଇ ସାରିଛନ୍ତି । କରୋନା ଟିକା ସହ ସେ ନିକଟରରେ ବୁଷ୍ଟର ଡୋଜ ମଧ୍ୟ ନେଇସାରିଛନ୍ତି । ଏହା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ମାଇକ୍ରୋସଫ୍ଟ ଫାଉଣ୍ଡର ବିଲ୍ ଗେଟସ୍ ।

ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ବିଶ୍ବର ସବୁଠାରୁ ପ୍ରଭାବଶାଳୀ ଘରୋଇ ଫାଉଣ୍ଡେସନ ମଧ୍ୟରୁ ଗୋଟିଏ ଯାହା ନିକଟରେ ପ୍ରାୟ ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି ବିଲ୍ ଗେଟ୍ସ ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ସମର୍ଥକ ରହିଛନ୍ତି ବିଶେଷକରି ଗରିବ ଦେଶରେ ଟିକା ଏବଂ ଔଷଧ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରୁଛନ୍ତି

Latest Posts

Don't Miss