ମାସକ ପରେ ଖୋଲିଲା ସିଡିଏସ ବିପିନ ରାଓ୍ୱତଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ: ଗତ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ୍ ରାଓ୍ୱତ । ଏହି ଦୁର୍ଘଟଣାରେ ସିଡିଏସଙ୍କ ସହ ମୋଟ ୧୪ ଜଣ ସହିଦ ହୋଇଥିଲେ । ଏହି ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଏହି ଘଟଣା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାୟୁସେନାର କୋର୍ଟ ଅଫ୍ ଇନକ୍ବାରୀ ପୂରା ହେବାପରେ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିଛି ଟିମ୍। ରିପୋର୍ଟକୁ ନେଇ ବାୟୁସେନା ପକ୍ଷରୁ ବିଧିବଦ୍ଧ ବିବୃତ୍ତି ରଖାଯାଇନାହିଁ । ମାତ୍ର ଖରାପ ପାଗ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ତଦନ୍ତକାରୀ ଟିମ୍ ରିପୋର୍ଟ ଦେଇଥିବା ଜଣାପଡ଼ିଛି । ଏୟାର ଚିଫ୍ ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଘଟଣାର ତଦନ୍ତ କରୁଥିଲା ।

ସୂଚନା ଅନୁସାରେ ଗତ ଡିସେମ୍ବର ୮ତାରିଖ ପୂର୍ବାହ୍ନରେ କୋଏମ୍ବାତୁର ଓ ସୁଲୁର ମଝିରେ ଜଙ୍ଗଲକୁ ଖସି ପଡ଼ିଥିଲା ସେନା ହେଲିକପ୍ଟର । ଦୁର୍ଘଟଣାରେ ସିଡିଏସ ବିପିନ୍ ରାଓ୍ବତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ମୋଟ ୧୪ଜଣଙ୍କର ମୃତ୍ୟୁ ହୋଇଥିଲା । ବାୟୁସେନା ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏୟାରଚିଫ୍ ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନନେତୃତ୍ୱରେ ହୋଇଥିବା ତଦନ୍ତ ରିପୋର୍ଟକୁ ଆହୁରି ସ୍ପଷ୍ଟ କରିବା ପାଇଁ ବାୟୁ ସେନାର ଆଇନ ବିଭାଗର ସହାୟତା ନିଆଯାଇଛି ବୋଲି ସୂଚନା ମିଳୁଛି । ଆଶା କରାଯାଉଛି କି ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ଏହି ତଦନ୍ତ ରିପୋର୍ଟ ବାୟୁ ସେନା ମୁଖ୍ୟ ଭି.ଆର ଚୌଧୁରୀଙ୍କୁ ଦିଆଯିବ ।

Leave a Reply