ସାରା ଦେଶରେ ବାର୍ଡ଼ ଫ୍ଲୁ ଆତଙ୍କ: ମଣିଷଙ୍କର ବି ହେଉଛି ଯାଞ୍ଚ୍

1 min read

କରୋନା ସଙ୍କଟ ମଝିରେ ଆଉ ଏକ ନୂଆ ସଙ୍କଟ ମୁଣ୍ଡ ଟେକିଛି । ଦେଶରେ ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ । ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ। ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ବାର୍ଡ଼ ଫ୍ଲୁର ସବୁଠୁ ଅଧିକ ପ୍ରଭାବ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି, ତେଣୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।

ମଧ୍ୟ ପ୍ରଦେଶରେ ୨୩ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୪୦୦ରୁ ଅଧିକ କାଉର ମୃତ୍ୟୁ ହୋଇଛି । ମୃତକାଉଙ୍କ ନମୁନାରେ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ  ‘H-5N-8’ ଭାଇରସ୍ ଠାବ ହୋଇଛି। ଏଗୁଡ଼ିକ ଇନ୍ଦୌର, ମନ୍ଦସୌର, ଆଗର ମାଲୱା ଇଲାକକାର ହୋଇଥିବାରୁ ତେଣୁ ସେହି ଅଞ୍ଚଳ ଓ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ରହୁଥିବା ଲୋକମାନଙ୍କର ବି ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିପାଇଁ ଏହିସବୁ ସ୍ଥାନକୁ ମେଡିକାଲ୍ ଟିମ୍ ମଧ୍ୟ ପଠାସରିଛି । ଏହି ଭାଇରସ୍ ମଣିଷକୁ ବ୍ୟାପୁଛି କି ନାହିଁ ତାହା ଯାଞ୍ଚ କରାଯଉଛି । ଏହା ବ୍ୟତୀତ ସରକାର ରାଜ୍ୟର ଦଶ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି।

କେବଳ ମଧ୍ୟପ୍ରଦେଶରେ ବାର୍ଡ଼ ଫ୍ଲୁର ପ୍ରଭାବ ଦେଖାଯାଇ ନାହିଁ, ଦେଶରେ ଏଭଳି ଦଶଟି ରାଜ୍ୟ ଅଛି ଯେଉଁଠାରେ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟପ୍ରଦେଶ ସମେତ କେରଳ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ବି ବାର୍ଡ଼ ଫ୍ଲୁ ମାମାଲାଦେଖିବାକୁ ମିଳିଛି। ଏମିତିକି କେରଳ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛି। ସେଠାରେ କାଉ ଓ କୁକୁଡ଼ାକୁ ମରା ଅଭିଯାନ ବି ବ୍ୟାପକ ପରିମାଣରେ ଆରମ୍ଭ ହୋଇଯାଇଛି। ଏହା ବ୍ୟତୀତ ୟୁପିରେ ବି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ବି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପୂର୍ବ ପ୍ରସ୍ତୁତି ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

Leave a Reply