ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ୨ ନୂଆ ମୁହଁ

ଭୁବନେଶ୍ବର: ବିଜେଡି ବୁଧବାର ସଂଧ୍ୟାରେ ତା’ର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଧ୍ୟାହ୍ନରେ ୯ ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିଥିଲା । ସଂଧ୍ୟାରେ ୬ ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ  ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି  ସଂତୃପ୍ତ ମିଶ୍ର,ରାଜଶ୍ରୀ ମଲ୍ଲିକ,ଅରୁପ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ଅବିନାଶ ସାମଲ ।

ବିଜେଡ଼ି କଟକରୁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,ପୁରୀରୁ ଅରୁପ ପଟ୍ଟନାୟକ,କନ୍ଧମାଳରୁ ଅଚ୍ୟୁତ ସାମନ୍ତ,ଯାଜପୁରରୁ ଶର୍ମିଷ୍ଠା ସେଠୀ ଓ ଢେଙ୍କାନାଳରୁ ଅବିନାଶ ସାମଲଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି ।

ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ଡେଙ୍କାନାଳରୁ ଅବିନାଶ ସାମଲ ଓ କଟକରୁ ସଂତୃପ୍ତ ମିଶ୍ର ନୂଆକରି ଲୋକସଭା ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକଙ୍କ ଉପରେ ଦଳ ପୁନଃ ବିଶ୍ୱାସ କରି ସେମାନଙ୍କ ପ୍ରାର୍ଥିତ୍ୱକୁ ଦୋହରାଇଛି । ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଅରୁପ ପଟ୍ଟନାୟକଙ୍କୁ ଦଳ ଏଥର ପୁରୀରୁ ପ୍ରାର୍ଥୀ କରିଛି ।