‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

BJD Alleged, Odisha Congress Playing As Wished By BJP

ଭୁବନେଶ୍ୱର: କୋଭିଡ୍ ମହାମାରୀ ପାଇଁ ଗତ ଦେଢ଼ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ଏବେ ଜୀବନ ଜୀବିକାରେ ସୁଧାର ଆସୁଥିବା ବେଳେ ଓଡ଼ିଶା କଂଗ୍ରେସ ବନ୍ଦ ଡାକରା ଦେଇଛି । ଓଡ଼ିଶା କଂଗ୍ରେସ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରା ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ । ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ମହାଲିଙ୍ଗ ମମିତା ମେହେରଙ୍କ ମୃତ୍ୟୁ ଆମ ସମସ୍ତଙ୍କୁ ଦୁଃଖିତ କରିଛି । ମମିତାଙ୍କ ବାପା ମଧ୍ୟ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ କହିଛନ୍ତି । ତଦନ୍ତ ଉପରେ ତାଙ୍କର ବିଶ୍ୱାସ ଓ ଭରସା ଥିବା କହିଛନ୍ତି । ଏହି ସମୟରେ ଓଡ଼ିଶା କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବା ପାଇଁ ଓଡ଼ିଶା ବିଜେପି ସହ ହାତ ମିଳାଇ ଶସ୍ତା ରାଜନୀତି କରୁଛି । ଓଡ଼ିଶା କଂଗ୍ରେସ ପାଖରେ କୌଣସି ତଥ୍ୟ, ପ୍ରମାଣ ଥିଲେ । କୋର୍ଟର ଦ୍ୱାରସ୍ଥ ହେବାକୁ ଆହ୍ୱାନ ଦେଇଛି ବିଜେଡି ।

BJD Alleged, Odisha Congress Playing As Wished By BJP

ଏଭଳି ବନ୍ଦ ଡାକରା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯେଉଁ ପ୍ରକାର ଭାବରେ ଓଡ଼ିଶା କଂଗ୍ରେସ ବ୍ୟବହାର କରୁଛି । ଏଥିରୁ ସ୍ପଷ୍ଟ ଏହା ବିଜେପି ଓଡ଼ିଶାର ବି ଟିମ୍ । ଯେତେବେଳେ ଓଡ଼ିଶା କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ, ସେତେବେଳେ ସେମାନେ ଓଡ଼ିଶା ବିଜେପି ଠାରୁ କାର୍ଯ୍ୟକ୍ରମ ପ୍ରାୟୋଜିତ କରୁଛନ୍ତି । ଓଡ଼ିଶା ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ନେଇ କଂଗ୍ରେସ ମୁହଁ ଖୋଲୁନାହିଁ । ଓଡ଼ିଶା ବିଜେପି ଯାହା ଚାହୁଁଛି ତାହା ଓଡ଼ିଶା କଂଗ୍ରେସ କରୁଛି ।

ଶସ୍ତା ରାଜନୀତି କରି ନିଜ ଦଳ ମଧ୍ୟରେ ରାଜନୈତିକ ସ୍ତରରେ ପ୍ରାସଙ୍ଗିକ ରହିବା । ଦଳର କାର୍ଯ୍ୟକୁ ପ୍ରାୟୋଜିତ କରାଇବା ଓଡ଼ିଶା କଂଗ୍ରେସର ମୂଳ ଲକ୍ଷ୍ୟ । ଓଡ଼ିଶାବାସୀଙ୍କ ସ୍ୱାର୍ଥ୍ୟକୁ ଦୃଷ୍ଟିରେ ରଖି ବନ୍ଦକୁ ପ୍ରତ୍ୟାହାର କରୁ କଂଗ୍ରେସ । ରାଜ୍ୟର ଜନସାଧାରଣ ବନ୍ଦ ଚାହୁଁନାହାନ୍ତି । ଲୋକେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଆସନ୍ତାକାଲିର କଂଗ୍ରେସ ବନ୍ଦ ଯୋଗୁଁ ଲୋକଙ୍କ ଜୀବିକାର ପ୍ରାପ୍ୟ ମିଳିବ ନାହିଁ । ଏଥିପାଇଁ ଓଡ଼ିଶାବାସୀ କଂଗ୍ରେସ କିମ୍ବା କଂଗ୍ରେସର ଏ ଟିମ୍ ବିଜେପିକୁ କ୍ଷମା ଦେବେ ନାହିଁ । କଂଗ୍ରେସ ଓ ବିଜେପି କରୁଥିବା ନିମ୍ନ ରାଜନୀତିକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ।

Leave a Reply