spot_img

Latest Posts

ବିଜେଡି ମହିଳା ଶାଖାର ନୂଆ ଟିମ୍‌, ୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ

ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ । ୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ଜିଲ୍ଲା ପାଇଁ କମିଟି ଘୋଷଣା ହୋଇଛି । ୩ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ । ବାଲେଶ୍ୱର ପାଇଁ ସୁବାସିନୀ ଜେନା, ଯାଜପୁର ଜିଲ୍ଲା ପାଇଁ ସୁଲତା ଦେଓ, ନବରଙ୍ଗପୁର ପାଇଁ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଥିବାବେଳେ ମୁଖ୍ୟମନ୍ତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି ନବୀନ।

ସେହିଭଳି ୭ଟି ଜୋନ ପାଇଁ କର୍ମକର୍ତ୍ତା ଘୋଷଣା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ ଜୋନ ପାଇଁ କର୍କର୍ତ୍ତା ଘୋଷଣା କରାଯାଇଛି । ଭୁବନେଶ୍ୱର ଜୋନର ସଭାନେତ୍ରୀ ହେଲେ ସଂଯୁକ୍ତା ମହଲ। କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳି ରଣା। କଟକ ଜୋନ ପାଇଁ ସଭାନେତ୍ରୀ ଭାବେ ସୁଭଦ୍ରା ଦାସ ଓ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ସମ୍ବଲପୁର ଜୋନର ସଭାନେତ୍ରୀ ହେଲେ ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା। ବଲାଙ୍ଗୀର ଜୋନର ସଭାନେତ୍ରୀ ଭାବେ କଲ୍ୟାଣୀ ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଯୁକ୍ତ କରାଯାଇଛି। ଗଞ୍ଜାମ ଜୋନର ସଭାନେତ୍ରୀ ହୋଇଛନ୍ତି ମମତା ବିଶୋୟୀ। କୋରାପୁଟ ଜୋନର ସଭାନେତ୍ରୀ ହୋଇଛନ୍ତି ଲତା ରାୟ ଓ କାର୍ଯ୍ୟକାରୀ ସଭାନେତ୍ରୀ ହୋଇଛନ୍ତି ସୁକାନ୍ତି ବୁରୁଦା। ସେହିଭଳି ୪୫ଜଣ ବରିଷ୍ଠ ଉପସଭାନେତ୍ରୀ, ୭୧ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ଜଣ ସହ ସମ୍ପାଦିକା, ୩୪ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଭାବେ ୬୮ଜଣଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Latest Posts

Don't Miss