କେନ୍ଦ୍ରର ବ୍ରିଟିଶ୍ ମାନସିକତା, ରାଜ୍ୟର ୬ ଜିଲ୍ଲାକୁ ଛୁଇଁନି ରେଳ

1 min read
BJD Criticized Centre Over Railway Budget Allocation To Odisha

ଭୁବନେଶ୍ୱର: କେନ୍ଦ୍ରୀୟ ରେଲୱେ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନ ଉପରେ କ୍ଷୋଭ ପ୍ରକାଶ କରିଛି ବିଜେଡି । ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି- ରେଳ ବଜେଟରେ ଓଡ଼ିଶାକୁ ନ୍ୟାୟ ମିଳିନାହିଁ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିଥିଲେ । ଏଥିରେ ରେଳ କ୍ଷେତ୍ରରେ ଓଡ଼ିଶାକୁ ମିଳିଥିବା ଅନୁଦାନ ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାର ସମସ୍ତ ସହଯୋଗ କରୁଥିବା ବେଳେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି ।

ରେଲୱେ ବଜେଟକୁ ନୈରାଶ୍ୟଜନକ କହିବା ସହ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ଭାବେ ଚେଷ୍ଟା ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସ୍ୱାଧୀନତା ପରେ ୬ଟି ନୂଆ ରେଳ ଲାଇନ୍ ବ୍ୟବସ୍ଥା ହୋଇଛି । କଟକ-ପାରାଦୀପ (୮୩ କିମି), ତାଳଚେର-ସମ୍ବଲପୁର (୧୭୪ କିମି), କୋରାପୁଟ-ରାୟଗଡ଼ା (୧୬୪ କିମି), ଦୈତାରୀ-ବାଂଶପାଣି(୧୫୫ କମି) ଏବଂ ଲାଞ୍ଜିଗଡ଼-ଜୁନାଗଡ଼ (୫୬ କିମି) ରେଳଲାଇନ୍ ହୋଇଛି । ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ଆଂଶିକ ଭାବେ ମାତ୍ର ୩୦ରୁ ୪୦ ପ୍ରତିଶତ ସମ୍ପନ୍ନ ହୋଇଛି ।

BJD Criticized Centre Over Railway Budget Allocation To Odisha

ବ୍ରିଟିଶ୍ ସମୟରେ ଆମ ଖଣିଜ ସମ୍ପଦ ଲୁଟ୍ ପାଇଁ ଇଂରେଜ ଆମ ରେଳବାଇ ଲାଇନର ବ୍ୟବହାର କରୁଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ବି କେନ୍ଦ୍ରରେ ଥିବା ସରକାର ସେୟା ହିଁ କରୁଛନ୍ତି । ଷ୍ଟିଲ୍ ଓ ପାୱାର ସେକ୍ଟରରେ ଓଡ଼ିଶା କୋଇଲା ଯୋଗାଉନଥିଲେ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଥାନ୍ତା, ଦେଶକୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା । କୋଇଲା ରୟାଲିଟି ତ ଦୂରର କଥା, ରାଜ୍ୟବାସୀଙ୍କୁ ଧୂଳି, ଧୂଆଁରେ ଛାଡ଼ି ଦିଆଯାଉଛି । କେନ୍ଦ୍ର ସରକାର ପ୍ରଶଂସା ଗୋଟାଉଛନ୍ତି ।

ବକ୍ସାଇଟ, ଆଲୁମିନିୟମ୍ ପାଇଁ ବ୍ରିଟିଶ୍ ଭଳି ଏବେର କେନ୍ଦ୍ର ସରକାରଙ୍କ ମାନସିକତା ରହିଛି । ଓଡ଼ିଶା ପ୍ରତିବର୍ଷ କେନ୍ଦ୍ରକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଛି । ପରିତାପର କଥା ରାଜ୍ୟର ୬ ଜିଲ୍ଲାକୁ ଏବେ ଯାଏ ରେଳ ଲାଇନ୍ ଛୁଇଁ ପାରିନାହିଁ । ବିଗତ ୭ ବର୍ଷରେ କେନ୍ଦ୍ର ସରକାର ଲକ୍ଷେ ୪୦ ହଜାର କୋଟି ଟଙ୍କା ପାଇଥିବା ବେଳେ ପ୍ରତିବର୍ଷ ୨ ହଜାର କୋଟି ଟଙ୍କା ହିସାବରେ ୧୪ ହଜାର କୋଟି ଟଙ୍କା ମିଳିଛି । ଏହା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସୂଚାଉଛି ବୋଲି ବିଜେଡି କହିଛି ।

ବିଗତ ୨୫ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ସ୍ୱପ୍ନ ଦେଖାଯାଉଛି । ପରିକଳ୍ପନା ସ୍ୱପ୍ନରେ ରହିଯାଇଛି । ଲୋକ ଉପକୃତ ହୋଇପାରୁ ନାହାଁନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି । ୨୯୦ କିଲୋମିଟର ଏହି ରେଳପଥର ମାତ୍ର ୯୦ କିଲୋମିଟର କାମ ଆଜି ଯାଏ ସରିନାହିଁ । ପ୍ରସଙ୍ଗରେ ବିଜେଡି ବଲାଙ୍ଗିର ଓ ଭୁବନେଶ୍ୱର ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି । ସଂସଦରେ ବିଜେପି ସାଂସଦ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ନେଇ ପ୍ରଶ୍ନ ପଚାରନ୍ତୁ ବୋଲି କହିଛନ୍ତି । ସେହିଭଳି କଳାହାଣ୍ଡିରେ ୩୦୦ କୋଟି ଟଙ୍କାର ରେଲୱେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣ ନେଇ କେନ୍ଦ୍ର ସ୍ୱପ୍ନ ଦେଖାଇଥିଲା । ୱାଗନ୍ ପାଇଁ ୩୦୦ କୋଟି ବଜେଟ୍ ଥିବାବେଳେ ଚଳିତବର୍ଷ ମାତ୍ର ୧ କୋଟି ଟଙ୍କା ମିଳିଛି ୱାଗନ୍ ଫ୍ୟାକ୍ଟ୍ରି ଲାଗି ମିଳିଛି ।

କଳାହାଣ୍ଡି ଲାଗି ସ୍ଥାନୀୟ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ହୃଦୟ କାନ୍ଦୁଥିବା ସେ କହୁଛନ୍ତି । ଏହାକୁ ନେଇ ବସନ୍ତଙ୍କୁ ଘେରିଛନ୍ତି ଶ୍ରୀମୟୀ ମିଶ୍ର । ୱାଗନ ଫ୍ୟାକ୍ଟ୍ରି ଲାଗି କାହିଁକି ସେ ସ୍ୱର ଉଠାଉ ନାହାଁନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି । ଯୋଗାଯୋଗ ବ୍ୟବସ୍ଥା ରହିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ଏଥିପାଇଁ ପୁରୀ-କୋଣାର୍କ ରେଳୱେ ଲାଇନ୍, ବରଗଡ଼-ନୂଆପଡ଼ା ରେଳୱେ ଲାଇନ୍, ଚକୁଳିଆ-ବୁନାମରା ରେଳୱେ ଲାଇନ୍ ଓ ଯାଜପୁର-ଧାମରା ରେଳୱେ ଲାଇନ୍ ଲାଗି ଖର୍ଚ୍ଚ ଦେବା ଲାଗି ରାଜ୍ୟ ପ୍ରସ୍ତାବ ଦେଇଥିଲା । କିନ୍ତୁ କେନ୍ଦ୍ର ସରକାର କୌଣସି ନଜର ଦେଉନାହାଁନ୍ତି ।

ବିଜେଡି ରେଲୱେ ବଜେଟ୍ ନେଇ ତଥ୍ୟ ରଖିବା ସହ ବିଜେପିକୁ ବିତର୍କ ପାଇଁ ଆମନ୍ତ୍ରଣ କରିଛି । ଏଥିସହ ୨୦୦୩ ମସିହାରେ ତାଳଚେର-ବିମଳାଗଡ଼ ରେଳୱେ ଲାଇନ୍ (୧୫୫ କିମି)ର କାମ ହୋଇଛି । ଏବେ ସୁଦ୍ଧା ୨୦ କିମି କାମ ସରିଛି । ଗୋଟିଏ କିଲୋମିଟର ରେଳପଥ ପାଇଁ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୁଏ । ଏହି ପ୍ରକଳ୍ପ ପାଇଁ ଚଳିତବର୍ଷ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୦ କୋଟି ଟଙ୍କାରେ ମାତ୍ର ୫୦୦ ମିଟର ରେଳ ଲାଇନ୍ ତିଆରି ହୋଇ ପାରିବ ବୋଲି ବିଜେଡି ନେତ୍ରୀ ସୁଲାତା ଦେଓ କହିଛନ୍ତି ।

Leave a Reply