ଦିଲ୍ଲୀ ଦରବାରରେ ଏକାମ୍ର ଲଢେଇ, ଚିଠା ବାଇ-ଲ’ ପ୍ରତ୍ୟାହାର ଦାବି ଜୋରଦାର କଲା ବିଜେଡି

1 min read

ଦିଲ୍ଲୀରେ ଏକାମ୍ର ଲଢେଇ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ’ ପ୍ରତ୍ୟାହାର ଦାବି କଲେ ବିଜେଡି ସାଂସଦ
ଦିଲ୍ଲୀ ଦରବାରରେ ଏକାମ୍ର ଲଢେଇ । ଚିଠା ବାଇ-ଲ ପ୍ରତ୍ୟାହାର ଦାବିକୁ ଜୋରଦାର କଲା ବିଜେଡି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ଏକାମ୍ରକ୍ଷେତ୍ର ପାଇଁ ପ୍ରସ୍ତାବିତ ଏନଏମଏ ଚିଠା ବାଇ-ଲ କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ବିଜେଡି।

ଏନେଇ ବିଜେଡିର ସମସ୍ତ ସାଂସଦ, ଚିଠା ବାଇ-ଲ ପ୍ରତ୍ୟାହାର କରା ନଗଲେ, ଏକାମ୍ର କ୍ଷେତ୍ରରେ ବିକାଶରେ ବାଧକ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ବିଶେଷ କରି ଏକାମ୍ରକ୍ଷେତ୍ର ଅନନ୍ତ ବାସୁଦେବେ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ଅଞ୍ଚଳରୁ ପ୍ରସ୍ତାବିତ ଚିଠା ବାଇ-ଲ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି। ଐତିହ୍ୟ ପ୍ରସଙ୍ଗରେ ରାଜନୀତି କରାନଯିବା ଉଚିତ ବୋଲି ବିଜେଡି କହିଛି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ଚିଠା ବାଇ-ଲ ହଟାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ, ମନ୍ଦିରମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଯେଉଁ ମନ୍ତ୍ରୀ କହୁଥିଲେ, ଶ୍ରୀମନ୍ଦିର ପାଇଁ ଚିଠା ବାଇ-ଲ ହଟାଇବାକୁ ପ୍ରସ୍ତାବ ଦେବାପରେ ହଟିଛି, ସେ ଲିଙ୍ଗରାଜ ପ୍ରସଙ୍ଗରେ ଉପଦେଶ ଦେଇ ଆଇନ କାହିଁକି ପଢାଉଛନ୍ତି ବୋଲି ସେ କହିଛନ୍ତି। ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ଅନୁଚିତ ବୋଲି ସେ କହିଛନ୍ତି।

Leave a Reply