spot_img

Latest Posts

ଓଡିଶାରେ କାମ ଦେବନି କେନ୍ଦ୍ର ପବନ, ସବୁବେଳେ ଉଡିବ ବିଜେଡି ପତାକା

ଭୁବନେଶ୍ବର: ରାଜ୍ୟର ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସିଛନ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ। ଏଭଳି କହି ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ରାଜ୍ୟ ବିଜେପିକୁ ହାୱା ଦେବାକୁ ବାହାରୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ।

 

୩ ରାଜ୍ୟ ଆସାମ, ଛତିଶଗଡ଼଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସହ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆସି ବୁଲୁଛନ୍ତି। ଟୁରିଷ୍ଟ ହୋଇ ରାଜ୍ୟ ବିଜେପିକୁ ଉପରକୁ ଉଠାଇବାକୁ ଆସୁଛନ୍ତି। ୫ରୁ ୧୦ ବର୍ଷକୁ ଥରେ ଏମାନେ ଆସୁଛନ୍ତି। ଏମାନେ ସମସ୍ତେ ଚେଷ୍ଟା କରୁଛନ୍ତି ତାଙ୍କ ପବନ ଜରିଆରେ ବିଜେପି ପତାକାକୁ ଉଠାଇବେ। କିନ୍ତୁ ସଫଳ ହେବେନି। ଓଡ଼ିଶାରେ ସବୁବେଳେ ନବୀନ ବାବୁଙ୍କ ପତାକା ଉଡ଼ିବ।

 

ବିଜେଡି ପତାକା ସବୁବେଳେ ଉଡିବ। ତିନି ଚତୁର୍ଥାଂଶ ଆସନ ଜିତିବ ବିଜେଡି।  ଜୁନ ୯ ତାରିଖ ଦିନ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ। ମୁଖ୍ୟମନ୍ତ୍ରୀ ବଡ ବଡ଼ ବାତ୍ଯା ଓ ମହାବାତ୍ଯା ଦେଖିଛନ୍ତି।ଏମାନଙ୍କ ହାୱାରେ ଓଡ଼ିଶାରେ କିଛି ହେବନି। କିଛି ଫରକ ପଡ଼ିବନି। ଆମେ ଯାହାବି ମାନିଫେଷ୍ଟୋରେ କହିଛୁ ଏହାକୁ ଲୋକଲୋଚନକୁ ଆଣିଛୁ।

 

ମୁଖ୍ୟମନ୍ତ୍ରୀଙ୍କର ପ୍ରତିଶୃତି ହେଉଛି ୯୦ ପ୍ରତିଶତ ଲୋକେ ଏହାର ସୁବିଧା ପାଇବେ। ଆଉ ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ନବୀନ କାର୍ଡ ଜରିଆରେ ରାଜ୍ୟର ପ୍ରାୟ ଶତ ପ୍ରତିଶତ ଲୋକ ଉପକୃତ ହେବେ। ଏଥିରେ ସରକାର କର୍ମଚରୀ ମଧ୍ୟ ଚିକିତ୍ସା ସୁବିଧା ପାଇବେ। ନବୀନ ବାବୁଙ୍କ ଏହି ଗ୍ଯାରେଣ୍ଟି,  ଶଙ୍ଖ ଚିହ୍ନର ଏହି ଗ୍ଯାରେଣ୍ଟି, ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ରଦ୍ଦ ଘୋଷଣାରୁ ପ୍ରାୟ ୯୦ ପ୍ରତିଶତ ପରିବାର ଏହାର ଲାଭ ପାଇବେ।

Latest Posts

Don't Miss