spot_img

Latest Posts

ଚିଲିକା ଓ ବାଣପୁରରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଖୋର୍ଦ୍ଧା: ଚିଲିକା ଓ ବାଣପୁରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ। ଏଥିରେ ସାଂସଦ ମାନସ ମଙ୍ଗରାଜ ଯୋଗଦେଇ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଛନ୍ତି।

ମାଆ ଭଗବତୀଙ୍କ ପୀଠରେ ପହଞ୍ଚି, ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପ୍ରାୟ ୩ ହଜାରରୁ ଅଧିକ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା କରିଥିଲେ । ପଦଯାତ୍ରା ଭଗବତୀ ମନ୍ଦିରରୁ ବାହାରି ମେଡିକାଲ ଛକ, ବିଜୁ ପଟ୍ଟନାୟକ ପାର୍କ ଦେଇ ପଲଟନ ପଡିଆରେ ଶେଷ ହୋଇଥିଲା।

ପଦଯାତ୍ରା ସମୟରେ ମେଡିକାଲ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଦିରେ ମାଲ୍ୟାର୍ପଣ କରିଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ପଦଯାତ୍ରାକୁ ବାଣପୁର ନଗରପାଳ ମିଟୁ ନାୟକ ସଂଯୋଜନା କରିଥିବାବେଳେ ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡ଼ିର ନେତୃବୃନ୍ଦ, କର୍ମୀ, ଛାତ୍ରନେତା ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଵଛ ଓ ନିର୍ମଳ ଶାସନର ବାର୍ତ୍ତା ପ୍ରଦାନ କରିଛନ୍ତି। ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଥିଲେ।

Latest Posts

Don't Miss