କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରାଙ୍କ ସମେତ ବହୁ କର୍ମୀ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଅନେକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ। କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷ ରଞ୍ଜୁବାଳା ବେହେରାଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା  । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର  । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ୨୦୨୪ରେ ରେକର୍ଡ ମାର୍ଜିନରେ ମୁଖ୍ୟମନ୍ତ୍ରୀ ଜୟଯୁକ୍ତ ହେବେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶ ହେବ ବୋଲି କହିଥିଲେ କର୍ମୀ ।