ସୁନାବେଡ଼ାରେ ଶଙ୍ଖ ଫୁଙ୍କିଲେ ଶତାଧିକ କାର୍ଯ୍ୟକର୍ତ୍ତା

ସୁନାବେଡା:  ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ  ।  ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି  । ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି  । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି  ।

ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ  ।  ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ କରିଚାଲିଛି, କଥା କମ କାମ ବେଶୀରେ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖନ୍ତି ବୋଲି କହିଥିଲେ ପ୍ରଣବ ପ୍ରକାଶ ଦାସ  ।

ସେହିପରି ରାଜ୍ୟ ଭୋକର ଭୂଗୋଳରୁ ଓଡ଼ିଶାକୁ ଶସ୍ୟ ଶ୍ୟାମଳା କରିପାରିଛନ୍ତି  । ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସୁଛି  । କୋରାପୁଟର ସର୍ବାଙ୍ଗୀନ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି  । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଛନ୍ତି  । ଦଳ ସର୍ବଦା ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି କହିଥିଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ।