ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

ଭୁବନେଶ୍ବର: ବଢ଼ୁଛି ବିଜେଡିର ଲୋକପ୍ରିୟତା । ବିକାଶ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗୀରଥୀ ମଲ୍ଲିକ । ସେ ପେସାରେ ଓକିଲ । କଣ୍ଟାମାଳ ଦହିୟା ପଂଚାୟତର ସେ ନିବାସୀ । ତାଙ୍କ ବାପା ସ୍ବର୍ଗତ ରାମ ଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଥିଲେ । ୧୫୦ରୁ ଅଧିକ ଲୋକ ତାଙ୍କ ସହ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଆଶିଷ ଘିବେଲା, ଅଭିମନ୍ୟୁ ନାୟକ, ନିରଞ୍ଜନ ଦେହୁରୀ, ଶଙ୍କର ସେଠି, ସଞ୍ଜୟ କମ୍ପୋ ପ୍ରମୁଖ ।