ନବୀନଙ୍କୁ ଭେଟିଲେ ବିଜେଡି ନେତ୍ରୀ: ବିରୋଧୀ ଦଳ ନେତା ସୁସ୍ଥ ହୋଇ ଫେରିବା ନେଇ କଲେ କାମନା

ନବୀନଙ୍କୁ ଭେଟିଲେ ବିଜେଡି ନେତ୍ରୀ । ମୁମ୍ବାଇରେ ଚିକିତ୍ସାଧୀନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସୁଲତା ଦେଓ, ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଏମସି ମେୟର ସୁଲୋଚନା ଦାସ ଓ ବିଜେଡି ନେତ୍ରୀ ଏଲିନା ଦାସ । ନବୀନ ଗତକାଲି ଆଇସିୟୁରୁ ରୁମକୁ ଆସିବା ପରେ ଆଜି ତାଙ୍କର ଫିଜିଓଥେରାପି ଚାଲିଛି । ସେ ସୁସ୍ଥ ଅଛନ୍ତି ଏବଂ ରୁମରେ ଚଲାବୁଲା କରୁଥିବା କହିଛନ୍ତି ବିଜେଡିର ନେତ୍ରୀ । ନବୀନ ମଧ୍ୟ ସେମାନଙ୍କୁ ଦେଖି ବହୁତ ଖୁସି ହେବା ସହ କଥା ହୋଇଛନ୍ତି । ଏହିସମୟରେ ନବୀନଙ୍କ ସହ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଓଡିଶାବାସୀ ତାଙ୍କୁ ଅପେକ୍ଷା କରିଛନ୍ତି । ନବୀନ ପଟ୍ଟନାୟକ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡିଶା ଫେରିବାକୁ କାମନା କରିଛନ୍ତି ଏହି ନେତ୍ରୀମାନେ ।