spot_img

Latest Posts

ଝାରସୁଗୁଡ଼ାରେ ଜମିଲାଣି ପ୍ରଚାର, ବିଜେଡିର ଚାଲିଛି କର୍ମୀ ସମ୍ମିଳନୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜମିଲାଣି ପ୍ରଚାର। ଝାରସୁଗୁଡ଼ା ପୌରାଞ୍ଚଳ ରାଉତରାୟ ବଗିଚାରେ ବିଜୁ ଜନତା ଦଳ ପ୍ରାର୍ଥୀ ଦୀପାଳି ଦାସଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଝାରସୁଗୁଡ଼ା ପୌରାଞ୍ଚଳରର ୧୩ରୁ ୨୪ନମ୍ବର ୱାର୍ଡର ମହିଳା କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ହୋଇଛି l ବିଜୁ ଜନତା ଦଳକୁ ଆହୁରି ମଜବୁତ୍ କରିବା ସହ ମାଆମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରୁଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ କହିଥିଲେ।

ଦଳକୁ ଆହୁରି ସଶକ୍ତ କରିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଦୀପାଳି କହିଥିଲେ। ବାପା ସ୍ଵର୍ଗତ ନବ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆହୁରି ଆଗକୁ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଦୀପାଳି l ବାପାଙ୍କଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ  ।

 

 

Latest Posts

Don't Miss