spot_img

Latest Posts

ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ, ପହଞ୍ଚିଲେ ନେତା

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡାଇ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବୈଠକରେ ଆଗାମୀ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରାଯିବ । ବିଭିନ୍ନ ଆସନ ସହ ସମ୍ଭାବ୍ଯ ପ୍ରାର୍ଥୀ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇପାରେ । ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ରୋଡମ୍ଯାପ ମଧ୍ଯ ପ୍ରସ୍ତୁତ କରିପାରେ । ସପ୍ତାହେ ତଳେ ନବୀନ ନିବାସରେ ପ୍ରଥମ ବୈଠକ ବସିଥିଲା ।

Latest Posts

Don't Miss