ବିଏମସି କମିଶନରଙ୍କୁ ଭେଟିଲେ ଭୁବନେଶ୍ୱର ବିଜେଡି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ବିଏମସି କମିଶନରଙ୍କୁ ଭେଟିଲେ ଭୁବନେଶ୍ୱର ବିଜେଡି ବିଧାୟକ । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡାଙ୍କ ନେତ୍ତୃତ୍ୱରେ ଦୁଇ ବିଧାୟକ ଭେଟି ଉନ୍ନୟନ କାର୍ଯ୍ୟକ୍ରମରେ ଉଦେଶ୍ୟମୂଳକ ଭାବରେ ଡକା ନଯାଉଥିବା ଅଭିଯୋଗ କରିଛନ୍ତି ।ଭୁବନେଶ୍ୱର ୩ଟି ନିର୍ବାଚନ ମଣ୍ଡଳୀ ରହିଛି । କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଛି । ନିୟମ ଅନୁସାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ ଡାକିବା କଥା । ଲୋକଙ୍କ ପାଖରେ ଉତ୍ତରଦାୟୀ ପ୍ରତିନିଧିଙ୍କୁ ଅବହେଳା କଲେ ଜନସାଧାରଣଙ୍କ ନିକଟରେ କଣ ଉତ୍ତର ରଖିବେ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚିତ ପ୍ରତିନିଧି । ଏହାକୁ ନେଇ ଏସଓପି ଖୁବଶୀଘ୍ର ଅଣାଯାଉ ବୋଲି ଦାବି କରିଛନ୍ତି । ମଧ୍ୟ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହେଉଛି । କିନ୍ତୁ ବିଧାୟକଙ୍କୁ ଡକାଯାଉନି । କର୍ପୋରେସନ ଆକ୍ଟ ବା କର୍ପୋରେସନ ମାନୁଆଲ ଅନୁସାରେ ଡକାଯିବା କଥା । ହେଲେ ଉଦ୍ଦେଶ୍ୟ ମୂଳକ ଭାବେ ଉପେକ୍ଷିତ କରାଯାଉଛି । ସେପଟେ ଅଭିଯୋଗକୁ ଗରୁତର ସହ ନେଇଛନ୍ତି କମିଶନର । ଆଗାମୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏ ସମ୍ପର୍କରେ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।