ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ମାନସ ମଙ୍ଗରାଜଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ନିନ୍ଦା । କହିଲେ, ଜଣେ ସରକାରୀ ଅଧିକାରୀଙ୍କ ଉପରେ ଏଭଳି ପାଶବିକ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ । ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ । ହିଂସା ଭିଆଇ ବିଜେପି ସମର୍ଥକ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି ମାନସ ।

ଏଭଳି କାଣ୍ଡ ପାଇଁ ବିଜେପି ସମର୍ଥକଙ୍କୁ ଲଜ୍ଜା ଲାଗିବା କଥା । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ସରକାରୀ ଅଧିକାରୀଙ୍କ ସୁରକ୍ଷା ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ ।