ବାଲେଶ୍ୱର ପରାଜୟ ବିଜେପିକୁ ମହଙ୍ଗା ପଡ଼ିଛି: ସସ୍ମିତ ପାତ୍ର

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଜନସାଧାରଣଙ୍କ ପ୍ରତ୍ୟାଖ୍ୟାନ ଦଳୀୟ ନେତାଙ୍କୁ ହତବାକ୍ କରିଛି । ସେମାନଙ୍କ ମନୋବଳକୁ ଦୃଢ଼ କରିବା ଲାଗି ବିଜେପି ନେତ୍ରୀ ଡାଗୁବତି ପୁରନ୍ଦେଶ୍ୱରୀ ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ମିଛ ମନ୍ତବ୍ୟ ରଖିଛନ୍ତି । ଏହା କୌଣସି ପ୍ରକାରେ ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ଯେଉଁ ରାଜ୍ୟ ସରକାରଙ୍କ କାର୍ଯ୍ୟ ସାରା ଦେଶରେ ଉତ୍କୃଷ୍ଟ ବୋଲି ବାରମ୍ବାର ବିଚାର ହୋଇଛି । କେନ୍ଦ୍ର ସରକାର ଯେଉଁ ସରକାରଙ୍କୁ ସର୍ବାଧିକ ଗୃହ ନିର୍ମାଣ ଲାଗି ୫ ଥର ପୁରସ୍କୃତ କରିଛନ୍ତି । ସେହି ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ଜରୁରୀ ଥିଲା ବୋଲି ଡ. ପାତ୍ର କହିଛନ୍ତି । ଅପରପକ୍ଷେ ସେ ପୁରନ୍ଦେଶ୍ୱରୀ ଏବେ କୃଷକ ଓ ସବର୍ନିମ୍ନ ସହାୟକ ମୂଲ୍ୟ ବାବଦରେ କଥା ହେବା ଜରୁରୀ ଥିଲା ବୋଲି କହିଛନ୍ତି ସସ୍ମିତ ପାତ୍ର । ୨୦୧୭ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ବିଧାନସଭା ଏ ନେଇ ଏକ ସର୍ବ ସମ୍ମତିପୂର୍ଣ୍ଣ ପ୍ରସ୍ତାବ ପାରିତ କରିଥିଲା । ଯେଉଁଥିରେ ଧାନର ସର୍ବନିମ୍ନ ସହାୟକମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୪୭୦ଟଙ୍କାରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଲାଗି କୁହାଯାଇଥିଲା । ହେଲେ ତାହାକୁ କେନ୍ଦ୍ର ସରକାର ଏଯାଏଁ ଗ୍ରହଣ କରିନାହାନ୍ତି ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ରାଜନୀତିକ ବୟାନ ନରଖି ଚାଷୀଙ୍କ ଉନ୍ନତି ଲାଗି କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ପାତ୍ର ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି । ପୁଣି ନୀତି ଓ ନୈତିକତା କଥା କହିବା ପୂର୍ବରୁ ନିଜ ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ କାରବାରକୁ ମନେ ପକାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଗତକାଲି ଜଣେ ସାମାଜିକ କର୍ମୀଙ୍କୁ ବିଧାୟକ ବିଷ୍ଣୁ ସେଠୀଙ୍କ ଦୁର୍ବ୍ୟବହାର କରିଥିବାରୁ ସେ ଥାନାରେ ଏତଲା ଦାଏର ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି ଡ. ପାତ୍ର । ପୁଣି ଯେଉଁ ଜୟରାମ ପାଙ୍ଗୀଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବିକରି ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା, ତାଙ୍କୁ ପରବର୍ତ୍ତୀ ସମୟରେ କୋଳାଇ ନେଇ ସାଂସଦ ଟିକେଟ ଦେଇଥିବା ଡ. ପାତ୍ର ସୂଚନା ଦେଇଛନ୍ତି ।

Leave a Reply