ବିଜେଡି ମିଶ୍ରଣ ପର୍ବରେ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରଣବ: ୨କୋଟି ନିଯୁକ୍ତି, ଏମ୍‌ଏସ୍‌ପି ନେଇ ପ୍ରଶ୍ନ ଉଠାଇଲେ

1 min read

ଭୁବନେଶ୍ୱର: ପ୍ରତିଦିନ ବିଜେଡିରେ ମିଶ୍ରଣ ଚାଲିଛି । ତାହାର ଗୋଟିଏ କାରଣ ହେଉଛି ବିଜୁ ଜନତା ଦଳ ହେଉଛି ଏକ ମାତ୍ର ଦଳ ଯେଉଁଠି ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରନ୍ତି । ଅନ୍ୟଙ୍କ କଥା କେଉଁଠି ନା କେଉଁଠି କେବଳ ବାକ୍ୟରେ ସୀମିତ ରହୁଛି। ୨୦୧୪ରେ କହିଲେ ୨ କୋଟି ଚାକିରି ଦେବେ। ତାହା ଖସିକି ଆସିଲା ୬୦ ଲକ୍ଷକୁ । କହିଲେ, ଚାଷୀଙ୍କ ଆୟ ଦୁଇ ଗୁଣ କରିବୁ । ଆଜି ତାହା କେଉଁଠି ଅଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ସେହିଭଳି ଗ୍ୟାସ ସବସିଡି, ଧାନରେ MSPକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରଣବ । ରବିବାର ଅନୁଷ୍ଠିତ ଦଳୀୟ ମିଶ୍ରଣ ପର୍ବରେ କେନ୍ଦ୍ରକୁ ଏଭଳି ଭାବେ ଟାର୍ଗେଟ କରିଛନ୍ତି ପ୍ରଣବ ।

ସେ ଆହୁରି କହିଛନ୍ତି ଯେ, କ୍ରମାଗତ ଭାବେ ଯଦି ଦେଖାଯାଏ, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କରନ୍ତି। ଯାହା ଲୋକଙ୍କ ମୌଳିକ ଆବଶ୍ୟକତା, ତାହା କରନ୍ତି । BSKY ସାରା ଭାରତରେ ସମସ୍ତଙ୍କ ଆଖି ଖୋଲିଛି। ଏହି ଯୋଜନା ଯୋଗୁ ସବୁ ପରିବାର ସଶକ୍ତ ହୋଇଛି। ସଶକ୍ତର ଅର୍ଥ ହେଉଛି ପରିବାରରେ ଯଦି କେହି ରୋଗରେ ପଡୁଛି, ଘର ଜମି ବିକିବାକୁ ପଡୁଥିଲା। କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ ।

ମୁଖ୍ୟମନ୍ତ୍ରୀ କେବଳ କହିଲେ ନାହିଁ ଯେ, ଆକାଉଣ୍ଟକୁ ଟଙ୍କା ଆସିବ । ଟଙ୍କା ମଧ୍ୟ ପହଞ୍ଚିଲା । ମାଆଙ୍କ ଆକାଉଣ୍ଟରେ ୧୦ଲକ୍ଷ ଓ ପୁରୁଷଙ୍କ ଆକାଉଣ୍ଟକୁ ଆସିଲା ୫ ଲକ୍ଷ ଟଙ୍କା। । ସେ କହିଲେ ମାଆମାନଙ୍କୁ ରୋଗ ହେଲେ ନବୀନ ପଟ୍ଟନାୟକ ଅଛନ୍ତି । ଓଡ଼ିଶାର ରାଜକୋଷ ତାଙ୍କ ପାଇଁ ଅଛି । ସେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କ ଆପଣଙ୍କ ପାଇଁ ପ୍ରତିଶ୍ରୁତି। ସେ କହିଛନ୍ତି ଓଡ଼ିଶାକୁ ସଶକ୍ତ ଓ ସମୃଦ୍ଧ କରିବି। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରତି ପରିବାର ମୋର। ଓଡ଼ିଶା ମୋ ପରିବାର। ପ୍ରତି ଜୀବନ ମୋ ପାଇଁ ମୂଲ୍ୟବାନ। ମାଲକାନଗିରି ମୋଟୁ ଆଦିବାସୀ କୋଭିଡରେ ଆକ୍ରାନ୍ତ ହେଉ କି ଅନ୍ୟ କେହି  । ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ମାଥିଲି ଆଦିବାସୀ ପାଇଁ କୋଭିଡରେ ସମାନ ଚିକିତ୍ସା ବ୍ୟବସ୍ଥା। ମାଗଣା ICU ଓ ଦିନକୁ ଏକ ଲକ୍ଷ ଟଙ୍କା ସୁବିଧା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଯୋଗ୍ୟ ଯେ, ଆଜିର ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ାର ପୂର୍ବତନ କଂଗ୍ରେସ ନେତା ଶରତ ବେହୁରି ବିଜେଡିରେ ଯୋଗଦେଇଛନ୍ତି । ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଜିଲ୍ଲା ସଭାପତି ଉତ୍କଳ ପରିଡ଼ା, କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରା ୭ ଦିନ ତଳେ ଏହି ମିଶ୍ରଣ ପର୍ବ ନେଇ ପ୍ରସ୍ତାବ ଦେଇଥିଲେ । ଏହା ପୂର୍ବରୁ ପୂର୍ବତନ ବିଧାୟକ କିଶୋର ତରାଇ ମଧ୍ୟ ସମାନ ପ୍ରସ୍ତାବ ଦେଇଥିଲେ। ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଥିବା ଶ୍ରୀ ଦାସ କହିଛନ୍ତି ।

Leave a Reply