ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଖୋଲିବ ଗେଟ୍, ଉଦଘାଟନ ପୂର୍ବରୁ ସ୍ଥିତି ପରିଖିଲେ ପ୍ରଣବ ପ୍ରକାଶ ଦାସ

Bjd Organisational Secretary Reviewed Different Programmes In Mayurbhanj District

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ପ୍ରଣବ । ଆସନ୍ତାକାଲି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଜଳ ଛଡ଼ାଯିବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ବିଶେଷ କରି ବାରିପଦା, ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, ବେତନଟି ବ୍ଲକର ୯୪ଟିଗାଁର ୧୫ ହଜାର ୩୫୯ ହେକ୍ଟର ଜମି ଜଳସେଚିତ ହେବ ।

 Bjd Organisational Secretary Reviewed Different Programmes In Mayurbhanj District

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରିମୋଟ ମାଧ୍ୟମରେ ବାରିପଦାର କାଠପାଳ ନିକଟବର୍ତ୍ତୀ କୁରୁଡ଼ିହି ଠାରେ ଜଳ ସେଚନ ପାଇଁ ଗେଟ୍ ଖୋଲା ଯିବ । ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲାରେ ଉପସ୍ଥିତ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବରିଷ୍ଠ ବିଜେଡି କର୍ମକର୍ତ୍ତା । ଆଜି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ସମସ୍ତ ସ୍ଥାନ ବୁଲି ଚାଷୀ ଓ ଲୋକମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି କାର୍ଯ୍ୟକ୍ରମ ସଫଳ ପାଇଁ ଆହ୍ୱାନ କରିଛନ୍ତି ।

Leave a Reply