ଆରମ୍ଭ ହେଲା ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନା କଟକଣାରେ ରକ୍ତଦାନ । ରକ୍ତଦାନ ମହତ କାର୍ଯ୍ୟ, ସେଥିପାଇଁ କରୋନା ସମୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉଛି ।  ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେହିଭଳି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଜୀବନ ବିନ୍ଦୁ କାର୍ଯ୍ୟରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଆଜିଠୁ ବିଜେଡିର ୭ ଦିନିଆ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରକ୍ତଦାନ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ରହିଛି ଯେ, ରକ୍ତ ଅଭାବରୁ କୈାଣସି ରୋଗୀଙ୍କ ମୃତ୍ୟୁ ନହେଉ । କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କାର୍ଯ୍ୟକ୍ରମ କରାଯାଉଛି ।

ଗତ ତିନି ମାସ ମଧ୍ୟରେ ୧୭ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ୭ ଦିନର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକ କିଭଳି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେ ସେଥିପାଇଁ ଦଳ ଆହ୍ଵାନ ଦେଇଛି ।

Leave a Reply