spot_img

Latest Posts

ମଧ୍ୟ ଭୁବନେଶ୍ୱରେ ବିଜେଡିର ପଦଯାତ୍ରା, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଦଯାତ୍ରା ମାଧ୍ୟମରେ ବିଜେଡି ଏବେ ସେବାର ସନ୍ଦେଶ ଘରେ ଘରେ ପହଞ୍ଚାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଏକାମ୍ର ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଦଳୀୟ ପଦଯାତ୍ରାରେ ବିଜେଡିର ସୋସିଆଲ ସର୍ଭସ ଓ୍ୱିଙ୍ଗ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ। ଯାହାକୁ “ଓଡ଼ିଶା-ମୋ ପରିବାର” କାଯ୍ର୍ୟକ୍ରମର ନାଁ ଦିଆଯାଇଛି। ଆଜି ମଧ୍ୟ ଭୁବନେଶ୍ୱର ପଦଯାତ୍ରାରେ ଯୋଗ ଦେଇ ସେବା ଉପରେ ହି ଗୁରୁତ୍ୱ ଦେଇଛନ୍ତି ନବୀନ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ ବିଜୁ ବାବୁଙ୍କ ଆଦର୍ଶରେ ଚାଲିବାକୁ ଆହ୍ୱାନ ଦେଇଛନ୍ତି। ବିଜୁ ବାବୁଙ୍କୁ ଗରିବ ଲୋକଙ୍କ ଶ୍ରେଷ୍ଠ ବନ୍ଧୁର ଆଖ୍ୟା ଦେଇଛନ୍ତି ସାନ ପୁଅ ନବୀନ। ଅସୁବିଧା ସମୟରେ ବିଜୁ ବାବୁ ଲୋକଙ୍କ ପାଖରେ ପ୍ରଥମେ ପହଞ୍ଚୁଥିଲେ କହି ଦଳୀୟ କର୍ମୀଙ୍କୁ  “ଓଡ଼ିଶା-ମୋ ପରିବାର” କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ପୂର୍ବରୁ ପଦଯାତ୍ରା ମାଧ୍ୟମରେ କେନ୍ଦ୍ର ଅବହେଳାକୁ ଘରେ ଘରେ ପହଞ୍ଚାଉଥିଲା ବିଜୁ ଜନତା ଦଳ। ହେଲେ ଏବେ ରାଜନୀତିର ଉର୍ଦ୍ଧ୍ୱକୁ  ଯାଇ ସେବାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ନିଜ ଦଳୀୟ କର୍ମୀଙ୍କୁ ପଦଯାତ୍ରାରେ ପରାମର୍ଶ ଦେଇଛନ୍ତି ନବୀନ। ଆସନ୍ତାକାଲି ଉତ୍ତର ଭୁବନେଶ୍ୱରରେ ବିଜୁ ଜନତା ଦଳର ପଦଯାତ୍ରା ସମାପନ ହେବ। ଚଳିତ ଥର ପଦଯାତ୍ରାର ତାରିଖକୁ ଅକ୍ଟୋବର ୨ରୁ ୧୧ ପରିବର୍ତ୍ତେ ଅକ୍ଟୋବର ୩୧ ତାରିଖକୁ ବୃଦ୍ଧି କରାଯାଇଥିଲା।

ଏହି ପଦଯାତ୍ରାରେ ବିଜେଡରି ସ୍ଥାନୀୟ ବିଧାୟକଙ୍କ ସହ ସମସ୍ତ କର୍ପୋରେଟର ସାମିଲ ହୋଇଥିଲେ । ୮ ହଜାରରୁ ଅଧିକ ବିଜେଡି କର୍ମୀ ଏଥିରେ ଯୋଗଦେଇଥିଲେ । ')}

Latest Posts

Don't Miss