spot_img

Latest Posts

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର:ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍‌ । ବଜେଟ୍‌ ପୂର୍ବରୁ ରାଜ୍ୟ ସରକାରଙ୍କ ପସ୍ତୁତି । ଆଜି ବସିବ ବିଜେଡି ସଂସଦୀୟ ଦଳର ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବସିବ ବୈଠକ । ଦିନ ୧୧ଟା ୨୫ରେ ଏହି ବୈଠକ ବସିବାକୁ ଥିବା ବେଳେ ବଜେଟ୍‌ ଅଧିବେସନରେ  ଶାସକ ଦଳର  କଣ ରହିବ ଆଭିମୁଖ୍ୟ ଓ ଦାବି ସେନେଇ ଆଲୋଚନା କରାଯିବ । ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଜାନୁୟାରୀ ୩୧ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ୍ ଅଧିବେଶନରେ ବିଜେଡି କିଭଳି ଆଭିମୁଖ୍ୟ ପୋଷଣ କରିବ ସେ ନେଇ ଆଲୋଚନା ହେବା ସହ ମୁଖ୍ୟତଃ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି।

Latest Posts

Don't Miss