ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉ। ବିଜେପି ୨୦୨୪ ନିର୍ବାଚନରେ ନିଜ ରଙ୍ଗ ଦେଖାଇଥିଲା। ବୁଥରେ ରିଗିଂ, ଇଭିଏମ ହେରଫେର, ଗଣତି ହେରଫେର ହୋଇଥିଲା। ବିଜେପି ବିଜୟ ଲାଗି ଭୋଟ ଚୋରି କରିବାରେ ଓସ୍ତାଦ ବୋଲି କହିଛି ବିଜେଡି। ଦଳ କହିଛି, ବିଜେପିର ନୂଆପଡ଼ାରେ ମାଳମାଳ ନେତା ଘୂରିବୁଲୁଛନ୍ତି । ସରକାରୀ କଳର ଦୁରୂପଯୋଗ କରାଯାଉଛି। ଏହି ପ୍ରସଙ୍ଗରେ
ନିଯୁକ୍ତ ଅବଜର୍ଭରମାନଙ୍କୁ ବିଜେଡି ଭେଟିଛି। ବିଜେପି ଏଭଳି ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରହୁ ବୋଲି କହିଛି ବିଜେଡି। ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବହାର କରା ନଯାଉ। ବିଜେଡିର ଭିଡିଓକୁ ନିଷିଦ୍ଧ କରାଯାଇଛି। ରାଜେନ୍ଦ୍ର ଢୋଲକିଆ ବିଜେଡିର ଥିଲେ। ରାଜେନ୍ଦ୍ରଙ୍କ ଫଟୋ ରଖିଲେ କ୍ଷତି କଣ? ବିଜେଡି ଜାରି କରିଥିବା ଭିଡ଼ିଓକୁ ଜିଲ୍ଲାପାଳ କାହିଁକି ନିଷିଦ୍ଧ କଲେ? ବିଜେପି କିପରି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ବୋଲି ପ୍ରଶ୍ନ କରିଛି ବିଜେଡି।
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି; ପ୍ରଶାସନର ଏକପାଖିଆ ନିଷ୍ପତ୍ତିକୁ ସମାଲୋଚନା
 
                                    
