ଗ୍ୟାସ ସିଲିଣ୍ଡର ମୁଣ୍ଡାଇ, ରାସ୍ତା ଉପରେ ଚୂଳି ଜାଳି ବିଜେଡିର ପ୍ରତିବାଦ

BJD Protest Against Fuel And Gas Price Hiked

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ଦରଦାମ । କିଣିବା ତ ଦୂର କଥା ଦେଖିଲେ ବି ଡର ଲାଗୁଛି । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ  ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

BJD Protest Against Fuel And Gas Price Hiked

ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି । ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି । ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।

Leave a Reply