କୃଷୀ ଆଇନ ପ୍ରତ୍ୟାହାର ଚାଷୀଙ୍କ ବିଜୟ: ବିଜେଡି

ଭୁବନେଶ୍ବର: ତିନି କୃଷି ଆଇନକୁ ସଂସଦର ଉଭୟ ଗୃହରେ ବିଜେଡି ସବୁବେଳେ ବିରୋଧ କରିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଇନ୍‌ରେ ବ୍ୟାପକ ତ୍ରୁଟି ଥିବା ଯୁକ୍ତି ରଖିଥିଲା ବିଜେଡି  । ଅଧିକ ଆଲୋଚନା ଏବଂ ବିଚାର ବିମର୍ଶ ପାଇଁ ବିଲ୍‌କୁ ସିଲେକ୍ଟ କମିଟି ପାଖକୁ ପଠାଇବା ପାଇଁ ଦାବି କରିଥିଲେ ବିଜେଡି ସାଂସଦ । ଏଥିସହ ଚାଷୀଙ୍କ ହିତରେ ସବୁବେଳେ ବିଜେଡି, ସଂସଦ ଏବଂ ସଂସଦ ବାହାରେ ସ୍ବର ଉତ୍ତୋଳନ କରିଛି । ଯାହାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି ।

ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଏମଏସ୍‌ପିକୁ ଦେଢ ଗୁଣା ବୃଦ୍ଧି କରିବାକୁ ବିଜେଡିର ସାଂସଦମାନେ ସଂସଦର ଉଭୟ ଗୃହରେ ସବୁବେଳେ ଦାବି କରିଛନ୍ତି ।  ଧାନର ଏମଏସ୍‌ପି କୁଇଣ୍ଟାଲ ପିଛା ୨ହଜାର୯୩୦ ଟଙ୍କା କରିବାକୁ ବିଜେଡି  ଦାବି କରି ଆସିଛି । ଏହି ପ୍ରସ୍ତାବକୁ ବିଧାନସଭାରେ ରାଜ୍ୟ ସରକାର ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛନ୍ତି । ଯାହାକୁ ବିଜେପି ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ ।

ଚାଷୀଙ୍କ ହିତରେ ସବୁବେଳେ ସ୍ବର ଉଠାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିଛନ୍ତି ।  ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସ୍ବାମିନାଥନ କମିଶନ ରିପୋର୍ଟକୁ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ରାଜ୍ୟରେ ଧାନ ଫସଲ ପ୍ରଚୁର ମାତ୍ରାରେ ହେଉଥିବା ବେଳେ କେନ୍ଦ୍ରର ବୈମାତୃକ ମନୋଭାବ ପାଇଁ ରାଜ୍ୟର ଚାଷୀ ସବୁବେଳେ ହଇରାଣ ହୋଇଛନ୍ତି ।  ଏଫସିଆଇ ମଧ୍ୟ ରାଜ୍ୟର ବଳକା ଉଷୁନା ଚାଉଳ ଉଠାଇବ ନାହିଁ ବୋଲି ସିଧାସିଧା କହିଦେଇଥିଲା । ଏଥିପାଇଁ ଅନେକ ଚାଷୀ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲେ । ଏଫସିଆଇର ଏଭଳି ବୈମାତୃକ ମନୋଭାବ ପାଇଁ ଚାଷୀ ହଇରାଣ ହୋଇଛନ୍ତି । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ବାରମ୍ବାର ଚିଠି ଲେଖି ଚାଷୀଙ୍କ ସମସ୍ୟା ଉଠାଇଛନ୍ତି । ହେଲେ ଆଜି କୃଷି ଆଇନ ପ୍ରତ୍ୟାହାର ଘୋଷଣା ହେବା ପରେ ଏହା କୌଣସି ରାଜ୍ୟନୈତିକ ବିଜୟ ନୁହେଁ ବରଂ ଚାଷୀଙ୍କର ବିଜୟ ବୋଲି କହିଛି ଶାସକ ବିଜେଡି ।

Leave a Reply