spot_img

Latest Posts

ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ

ବାଲିଗୁଡା: ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ଜିତିବାକୁ ମିଛ କହି ଅପପ୍ରଚାର କରୁଛନ୍ତି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର କରିଥିଲେ। ରାଜ୍ୟବାସୀ ତାର ଜବାବ ଦେଲେ । ସମସ୍ତ ୩୦ ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି। ବିଜେଡି ପ୍ରତି ବଢୁଥିବା ଜନସମର୍ଥନ, ବିରୋଧୀଙ୍କ ଆତ୍ମବିଶ୍ବାସ ଭାଙ୍ଗିଦେଉଛି। ୧୨୦ ବିଧାନସଭା ଓ ୧୬ ଲୋକସଭା ଆସନରୁ ଜିତିବାକୁ ଦାବି କରୁଛନ୍ତି ଡବଲ ଇଞ୍ଜିନ ଦଳ। ହେଲେ ସେମାନଙ୍କ ପାଖରେ ପ୍ରାର୍ଥୀ ନାହାଁନ୍ତି। ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶକୁ ଅପେକ୍ଷା କରୁଛନ୍ତି ବିରୋଧୀ। ବାଲିଗୁଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଡବଲ ଇଞ୍ଜିନ ଦଳର ମିଛ ଘୋଷଣାର ପୋଲ ଖୋଲିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପାଣ୍ଡିଆନ୍ ଆହୁରୀ ମଧ୍ୟ କହିଛନ୍ତି, ପ୍ରତିବର୍ଷ ଦୁଇ କୋଟି ନିଯୁକ୍ତି ଘୋଷଣାକୁ ଭୁଲିଗଲେ ଡବଲ ଇଞ୍ଜିନ ସରକାର । ପେଟ୍ରୋଲ ଦର କମାଇବୁ, ଡିଜେଲ ଦର କମାଇବୁ, ଗ୍ୟାସ ଦର କମାଇବାକୁ ଘୋଷଣା କରିଥିଲେ। ସରକାର ଆସିବା ପରେ ସେ ଘୋଷଣା ଭୁଲିଗଲେ। ନବୀନ ଇଞ୍ଜିନ କିନ୍ତୁ ଲୋକଙ୍କ ସବୁ ସମସ୍ୟାର ସମାଧାନର ଗ୍ୟାରେଣ୍ଟି ଦେବା ସହ ଲୋକଙ୍କୁ ସବୁ କାମର ହିସାବ ଦେଉଛି। ଡବଲ ଇଞ୍ଜିନ ପାଖରେ ହିସାବ ଦେବାକୁ ଦମ ନାହିଁ। ହେଲେ ନବୀନ ଇଞ୍ଜିନ ସବୁ କାମର ହିସାବ ଦେବାକୁ ଦମ ରଖିଛି।

ଆଦିବାସୀଙ୍କ ପରିଚୟ ହେଉଛି ସେମାନଙ୍କ ଭାଷା, କଳା, ସଂସ୍କୃତି ଓ ପୂଜାସ୍ଥଳୀ । ଛତିଶଗଡରେ ଡବଲ ଇଞ୍ଜିନ ସରକାର ଏବଂ ଝାରଖଣ୍ଡରେ ବି ଡବଲ ଇଞ୍ଜିନ ସରକାର ଥିଲା। ସେମାନେ କିନ୍ତୁ ଆଦିବାସୀଙ୍କ ଭାଷା, କଳା ଓ ସଂସ୍କୃତିର ସୁରକ୍ଷା ପାଇଁ କିଛି କଲେନି। ମୁଖ୍ୟମନ୍ତ୍ରୀ କିନ୍ତୁ ଓଡିଶାର ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସ୍ବତନ୍ତ୍ର ବିକାଶ ପରିଷଦ ଜରିଆରେ ବାଲିଗୁଡା ବିଧାନସଭା କ୍ଷେତ୍ରରେ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସୁବିଧା ଯୋଗାଇଦେବାକୁ ଆଦିବାସୀ ହଷ୍ଟେଲ ସହ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ଆଦର୍ଶ ବିଦ୍ୟାଳୟ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ଡବଲ ଇଞ୍ଜିନ ସରକାର ଏହା କରିପାରିନାହାଁନ୍ତି। ଆଦିବାସୀଙ୍କ ଉପରେ ଥିବା ୫୦ ହଜାରରୁ ଅଧିକ ଛୋଟମୋଟ ମାମଲାକୁ ରଦ୍ଦ କରିଛନ୍ତି। ଏଭଳି ନିଷ୍ପତ୍ତି କୌଣସି ସରକାର କେବେ ନେଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ସବୁ ସଂପ୍ରଦାୟକୁ ସମ୍ମାନ ଦେଉଛନ୍ତି। ଯେଉଁଥିପାଇଁ ଓଡିଶାରେ ଶାନ୍ତି ପ୍ରତିଷ୍ଠା ହେବା ପ୍ରଗତିର ଧାରା ଜାରି ରହିଛି। ଗତ ଜୁନ ମାସରେ ମିଳିଥିବା ଆବେଦନ ଆଧାରରେ ସରକାର ନେଇଥିବା ନିଷ୍ପତ୍ତିର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ବାଲିଗୁଡାରୁ ମିଳିଥିବା ଆବେଦନ ମଧ୍ୟରୁ ୮୦ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି। ଏଥିସହ ନିର୍ବାଚନ ପରେ ଆଜି ମିଳିଥିବା ଆବେଦନ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାର ହିସାବ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି ।

Latest Posts

Don't Miss