୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛି କେନ୍ଦ୍ର: ବିଜେଡି

BJD Slams Centre And BJP Over PMAY

ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ ନେଇ କେନ୍ଦ୍ର ସରକାର ଏବଂ ବିଜେପି ସାଂସଦଙ୍କ ଉପରେ ବର୍ଷିଲା ବିଜେଡି । ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ଏହି ଯୋଜନାକୁ ବନ୍ଦ କରିଛନ୍ତି । ୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି । ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିଲେ । ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ । ପରେ ଏହାକୁ କେନ୍ଦ୍ର ସରକାର ୬୦:୪୦ କଲେ । ଓଡ଼ିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି । ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗୋ ରହିଲେ କଣ ଅସୁବିଧା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

BJD Slams Centre And BJP Over PMAYS

୨୦୧୧, ୨୦୧୨, ୨୦୧୩, ୨୦୧୧୪ ମସିହାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶର ତତ୍କାଳୀନ ସରକାର ଗ୍ରାମୀଣ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜସ୍ୱ ଲୋଗୋ ବ୍ୟବହାର କରୁଥିଲେ। ତେବେ ଓଡ଼ିଶା ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ?

୨୦୨୦ରେ ବିଧାନସଭାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ବାରା ଆସିଥିବା ଆଡଜନମେଣ୍ଟ ମୋସନରେ ବିସ୍ତୃତ ଭାବରେ ଆଲୋଚନା ହୋଇ ଉଭୟ ଯୋଜନାର ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଗୃହରେ କହିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ରାଜନୀତିକ ଫାଇଦା ପାଇଁ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ପଛରେ ପକେଇ ଦେଇଛନ୍ତି । କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି କହିଛି ।

BJD Slams Centre And BJP Over PMAYS

ଓଡ଼ିଶା ଗତ ୫ବର୍ଷରେ ୧୫ଲକ୍ଷ ୭୩ହଜାର ଘର କରିଥିବା ବେଳେ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ୧୪ଲକ୍ଷ ଗୃହ ନିର୍ମାଣ ପୂରଣ କରୁନାହାନ୍ତି କାହିଁକି ? ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିର୍ପଯ୍ୟୟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ । ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି । ରାଜ୍ୟ ସ୍ୱାର୍ଥକୁ ଚେକ୍ ଦେବା ପାଇଁ ଦିଲ୍ଲୀ ଦରବାର ଯାଇଛନ୍ତି । ଗୃହ ନିର୍ମାଣ ନେଇ ରାଜ୍ୟ ବିଜେପି କେନ୍ଦ୍ରରେ ସ୍ୱର ଉତ୍ତୋଳନ କରୁନି ।

Leave a Reply