spot_img

Latest Posts

ବିଜୁୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ:

ଭୁବନେଶ୍ୱର: ବିଏସକେୱାଇ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଛି। ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଆତ୍ମବିଶ୍ୱାସର ଗ୍ୟାରେଣ୍ଟି ଦେଇଛି ଯେ, ଦେହ ଖରାପ ହେଲେ ରାଜ୍ଯ ସରକାର ଅଛନ୍ତି। ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି। କିନ୍ତୁ ଦୁଃଖର ବିଷୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ BSKY ବନ୍ଦ ପାଇଁ ଯୋଜନା କରୁଛନ୍ତି. ତାଙ୍କୁ ଏତେ କଷ୍ଟ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛି ବିଜେଡି।

ଓଡିଶାବାସୀଙ୍କ ଅର୍ଥ ବଞ୍ଚାଇବାକୁ ଯାଇ ସରକାର ଏହି ଯୋଜନା ଘରେ ଘରେ ପହଞ୍ଚାଇଛନ୍ତି । ଓଡ଼ିଶାରେ ୬୫୨ ହସ୍ପିଟାଲ ସାମିଲ ଥିବାବେଳେ ଦେଶରେ ୧୬୪ ହସ୍ପିଟାଲ ବିଏସକେୱାଇରେ ସାମିଲ ହୋଇଛନ୍ତି । ଗତ ବର୍ଷେ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ପାଇଛନ୍ତି । ୩ ହଜାର କୋଟି ଖର୍ଚ୍ଚ କରିବାକୁ ପଡ଼ିଲାଣି। ଗରିବ ଲୋକ ଜୀବନ ଜୀବିକା ସୁରକ୍ଷା ପାଇଲେ। ଓଡିଶା ବାହାରେ ଦେଢ଼ ଲକ୍ଷ ରୋଗୀ ଚିକିତ୍ସା ପାଇଛନ୍ତି। ଓଡିଶା ବାହାରେ ବି ବିଏସକେୱାଇ ଲାଭ ପାଇଛନ୍ତି। ଏଥିପାଇଁ ଲୋକଙ୍କ ୩୮୫ କୋଟିରୁ ଅଧିକ ସଞ୍ଚୟ ହୋଇପାରିଛି ।

କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଛା କଣ ? ସେ କଣ ଚାହୁଁଛନ୍ତି ମାଗଣା ଚିକିତ୍ସା ବନ୍ଦ ହୋଇ ବୋଝ ବଢ଼ୁ ? ସେ ଯଦି ଏହାକୁ ଖରାପ ଯୋଜନା କହୁଛନ୍ତି, ତେବେ ବିଜେପି ନିର୍ବାଚନ ଇସ୍ତାହାରରେ ଏହାକୁ ଲେଖନ୍ତୁ ଯେ ତାଙ୍କ ସରକାର ଆସିଲେ ଏହାକୁ ବନ୍ଦ କରିଦେବେ ବୋଲି। କିନ୍ତୁ ଏଭଳି ଚକ୍ରାନ୍ତ ନ କରନ୍ତୁ ବୋଲି ବିଜେଡି ପ୍ରତିକ୍ରିୟା କରିଛି।

Latest Posts

Don't Miss