ମଣିଷମରା ବିଜେପି ସରକାର ଶବ ଉପରେ ରାଜନୀତି କରୁଛି : ଇପ୍ସିତା ସାହୁ
1 min read
ଭୁବନେଶ୍ବର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ସମାଲୋଚନା । ମଣିଷମରା ବିଜେପି ସରକାର ଶବ ଉପରେ ରାଜନୀତି କରୁଛି । ପୀଡିତାଙ୍କ ବୟାନ ଯଦି ସତ ଏହା ସାଙ୍ଘାତିକ । ନିଜ ନେତାଙ୍କୁ ବଞ୍ଚାଇବାକୁ ସରକାର କେତେ ତଳକୁ ଖସି ପାରେ ଏହା ତାହାର ଜ୍ୱଳନ୍ତ ଉଦାହରଣ । ନିଆଁ ଲାଗିବା ପରେ ପୀଡିତା ତିନି ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ କହିଲା ପୋଲିସ ଅନେକ କଥା ଜବତ କଲା । ପୀଡିତାଙ୍କ ବାପାଙ୍କୁ ବିଜେପି ନେତା ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ନେଉଥିଲେ ତାଙ୍କ ରେକର୍ଡ ବାଇଟ ଆସିଲା, ରାଜନୀତି ନ କରିବାକୁ । ପୋଲିସର ଦୋମୁହାଁ ନୀତି ପଦାରେ ପଡ଼ିଲାଣି । କାଲି ସରକାର କି ପୋଲିସ ଏହାକୁ AI ଭିଡିଓ ନକୁହନ୍ତୁ । ଏହା ତାଗିଦ କରୁଛୁ । ଝିଅ ଅବସ୍ଥା ଠିକ ଥିବା ସମୟର ଏହି ଭିଡିଓ ।
SP ଭିନ୍ନ ଭିନ୍ନ ବୟାନ କଥା କେମିତି କହିଲେ? ସରକାର ଦୁର୍ବୃତ୍ତ କି ହତ୍ୟାକାରୀଙ୍କୁ ଖସାଇବାକୁ କାହିଁକି ଚେଷ୍ଟା ହେଉଛି ? ପ୍ରଭାତୀ ପରିଡାଙ୍କୁ ବଞ୍ଚାଇବା ଉଦ୍ୟମ କି ? ତାଙ୍କ ସ୍ୱାମୀ ଚୌକିରେ ବସିଥିଲେ । କମେଣ୍ଟ ଦେଖିଲେ ଲଜ୍ଜା ଲାଗିବ । ପୁରୀ ଜିଲ୍ଲା ଝିଅ ଜଗନ୍ନାଥ ଧାମର ଝିଅ. ତାକୁ ନେଇ ଡାହା ମିଛ କୁହାଯାଉଛି । ଏହା ଭସ୍ମାସୁର ସରକାର, ଦୁର୍ଯ୍ୟୋଧନ ସରକାର । ସୁଶାସନ ନାହିଁ ମର୍ଡର ମ୍ୟାନେଜମେଣ୍ଟ କରୁଛି ସରକାର । IGP ସାଇନିଙ୍କୁ ବଦଳି କରି ଦେଲେ ଏହି ଭିଡିଓ ଭାଇରାଲ ହେବା ପରେ ଘରୁ ବାହାରିବାକୁ ଝିଅଙ୍କୁ ଡରାଇଲାଣି । ବେଟି ପଢ଼ାଓ ବେଟି ବଞ୍ଚାଓ ଯଦି ଠିକ, ତେବେ ବେଟି ଜଳାଅ ନକରାନ୍ତୁ…..