ନିଜର ଅପାରଗତା ଓ ଅବହେଳାକୁ ଲୁଚେଇବାକୁ ବିକାଶ କାର୍ଯ୍ୟକୁ ବିରୋଧ କରୁଛନ୍ତି ଭୁବନେଶ୍ୱର ସାଂସଦ: ଶ୍ରୀମୟୀ

1 min read

ଭୁବନେଶ୍ୱର:  ଭୁବନେଶ୍ବର ସାଂସଦ ରାଜ୍ୟର ବିକାଶ ଚାହୁଁନାହାନ୍ତି । ବ୍ୟୁରୋକ୍ରାଟିକ ମାଇଣ୍ଡସେଟରୁ ବାହାରିପାରିନାହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକଙ୍କୁ ଉତ୍ତମ ସେବା ବିଜେଡିର ଆଭିମୁଖ୍ୟ ବୋଲି କହିଛି ବିଜେଡି । ଆୟୋଜିତ ପ୍ରେସମିଟରେ ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି- ଦୀର୍ଘ ଦିନର ବ୍ଯବଧାନ ପରେ ଭୁବନେଶ୍ବର ସାଂସଦ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ବିନା ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଚାକିରି ଛାଡି ରାଜନୀତିରେ ଯୋଗଦେବା ପରେ ସେ ସାଜିଛନ୍ତି ପଲିଟିକାଲ ଲେଡି । ଲୋକଙ୍କ ବିକାଶ, ରାଜ୍ୟର ବିକାଶ କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ଦେଖି ସାଂସଦ ବିଚଳିତ ହୋଇଯାଇଛନ୍ତି ।

ରାଜ୍ୟ ସରକାରଙ୍କ ଗଭର୍ଣ୍ଣାନ୍ସ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ନିଜର ଅପାରଗତା, ଅବହେଳାକୁ ଲୁଚାଇବା ଲାଗି ବିକାଶମୂଳକ କାର୍ଯ୍ୟକୁ ସାଂସଦ ବିରୋଧ କରୁଛନ୍ତି । ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପକୁ ନେଇ ହାଇଭୋଲଟେଜ ଡ୍ରାମା କରିଥିଲେ ସାଂସଦ । ବହୁ ଲୋକ ଏହି ଦୁଇ ପ୍ରକଳ୍ପ ଲାଗି ଜମିଦାନ କରିଛନ୍ତି । ହେଲେ ସାଂସଦ ଏହାକୁ ବିରୋଧ କରି ନିଜର ବିକାଶ ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ । ଏପରିକି ସାଂସଦ ପୁରୀକୁ ପଦଯାତ୍ରା କରି ପ୍ରକଳ୍ପକୁ ବିରୋଧ କରିଥିଲେ । ମଡେଲ ରେଲଓ୍ବେ ଷ୍ଟେସନ ନେଇ ବିଜେପି ବହୁ ବାହାସ୍ଫୋଟ ମାରିଥିଲା । ମାତ୍ର ଏହା କଳ୍ପନାରେ କିପରି ସୀମିତ ରହିଗଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ଜନପ୍ରତିନିଧିଙ୍କ ଆଜେଣ୍ଡା ରହିବା ଦରକାର-ଲୋକଙ୍କ ବିକାଶ । ମାତ୍ର ବାରମ୍ବାର ସାଂସଦଙ୍କ ଆଚରଣ ଓ ଉଚ୍ଚାରଣ ପ୍ରମାଣିତ କରୁଛି ତାଙ୍କ ଜନବିରୋଧୀ ମାନସିକତା । ଗାଁ ଗହଳିରେ ଫାଇଭ-ଟି ସ୍କୁଲ ସରକାରଙ୍କ ବିକାଶର ନମୁନା ପାଲଟିଛି । ସାଂସଦ ଚାକିରିରେ ଥିବାବେଳେ ଏହି କାର୍ଯ୍ୟ କାହିଁକି କରି ନଥିଲେ ବୋଲି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀମୟୀ । ଲୋକମାନେ ସମସ୍ତ ବିଷୟ ଅବଗତ ଅଛନ୍ତି । ସେମାନେ ଚାହାଁନ୍ତି ତାଙ୍କ ଅଞ୍ଚଳର ଉନ୍ନତି ହେଉ, ଐତିହ୍ୟ ସ୍ଥଳର ବିକାଶ ହେଉ । ମହିଳା ଚାହାଁନ୍ତି ସଶକ୍ତ ହେବାକୁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରାଜ୍ୟବାସୀଙ୍କ ଭରସା ରହିଛି । ଏଭଳି ଦାୟିତ୍ବହୀନ ମନ୍ତବ୍ୟ ଲାଗି ସାଂସଦଙ୍କୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ।