ମନଗଢ଼ା କାହାଣୀ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେପି: ଇପସିତା ସାହୁ

 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପିକୁ ଚାର୍ଗେଟ କଲେ ବିଜେଡି ମୁଖପାତ୍ର ଇପସିତା ସାହୁ । କହିଲେ ମନଗଢ଼ା କାହାଣୀ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେପି ।  ଓଡ଼ିଶା ବାସୀଙ୍କ ବିକାଶ ବିରୋଧରେ ଷଡ଼ଯନ୍ତ୍ର କରିଥିଲା ବିଜେପି । ପୂର୍ବରୁ ୧୫ ଲକ୍ଷ ଘର ଆବଶ୍ୟକ ଥିଲା । ହେଲେ ବିଜେପି ନେତାମାନେ ଚାପ ପକାଇ ଘର ବନ୍ଦ କରିଦେଇଥିଲେ । ଦୀର୍ଘଦିନ ହେବ ଓଡ଼ିଶାବାସୀଙ୍କୁ ଘର ମିଳିନଥିଲା । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟା ଏବଂ ଚାପ ବଳରେ ମାତ୍ର ୮ ଲକ୍ଷ ଘର ମିଳିଥିଲା । ବର୍ତ୍ତମାନ ଓଡ଼ିଶାବାସୀଙ୍କ ପ୍ରଶ୍ନ ବାକି ୭ ଲକ୍ଷ ଲୋକଙ୍କୁ କେବେ ଘର ମିଳିବ ।

ପୃଥ୍ୱୀରାଜ ହରିଚନ୍ଦନ ପ୍ରେସବାର୍ତ୍ତା କରିବା ପୂର୍ବରୁ ତାଙ୍କ ସାଂସଦମାନଙ୍କ ଜରିଆରେ ଓଡ଼ିଶାବାସୀଙ୍କୁ କ୍ଷମାମାଗିବାର ଥିଲା । ବିଜେପି ନେତାମାନେ ମିଥ୍ୟା ଓ କପଳକଳ୍ପିତ ବୟାନବାଜୀ କରରୁଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ପ୍ରେସବାର୍ତ୍ତା ମାଧ୍ୟମରେ ମନଗଢ଼ା କାହାଣୀ ଓ ଭିତ୍ତୀହିନ ବୟାନବାଜୀ କରିଛନ୍ତି । ବିଜେପିର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ । ଓଡ଼ିଶା ବିରୋଧରେ ବିଜେପି ଷଡ଼ଯନ୍ତ୍ର କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପି ସାଂସଦମାନେ ଓଡିଶା ବିରୋଧୀ ଭୂମିକା ନେଲେ ।

ଓଡିଶାବାସୀଙ୍କୁ ମିଳିଲାନି ପ୍ରଧାନମନ୍ତ୍ରୀ ଆବାସ । ବିଜେଡି ସାଂସଦଙ୍କ ଚାପ ଯୋଗୁ ମିଳିଲା ୮ ଲକ୍ଷ ଘର । ୧୫ ଲକ୍ଷ ଘରରୁ ଅବଶିଷ୍ଟ ପରିବାର କ’ଣ କରିବେ । ମିଥ୍ୟା, ଭିତ୍ତିହୀନ, କପୋଳକଳ୍ପିତ ଅଭିଯୋଗ କରୁଛନ୍ତି । ବିଜେପି ନେତାମାନେ ଓଡିଶାବାସୀ ବିରୋଧରେ କରୁଛନ୍ତି ଷଡ଼ଯନ୍ତ୍ର । ୩୦ଟି ଜିଲ୍ଲା ପରିଷଦରେ ବିଜେପି ଏଥିଲାଗି ହାରିଲା । ସାଢ଼େ ଚାରିକୋଟି ଲୋକ ଜାଣିଛନ୍ତି ବିଜେପି ଓଡ଼ିଶା ବିରୋଧୀ । ରାଜ୍ୟବାସୀ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଇପସିତା ସାହୁ ।