ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି: ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି

ଭୁବନେଶ୍ୱର: ଓବିସି ସଂରକ୍ଷଣକୁ ନେଇ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି। ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି। ପୀତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରିଛି ବିଜେଡି। ଏମିତି ମିଛ କହିଲେ ପୀତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ ବୋଲି ଲେନିନ୍‌ କହିଛନ୍ତି। ନିର୍ବାଚନ ଆସିଲେ ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରିଥାଏ। ଓଡ଼ିଶାବାସୀ ଏଭଳି ମିଛୁଆଙ୍କ ଷଡ଼ଯନ୍ତ୍ରକୁ ଭୁଝିସାରିଲେଣି। ସେଥିପାଇଁ ଓଡିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି। ନିର୍ବାଚନ ଆସିଲେ ପୀତାମ୍ବର ବାବୁଙ୍କ ଦେଖା ମିଳେ ଆଉ ନିର୍ବାଚନ ସରିଗଲେ କୁଆଡ଼େ ଉଭେଇଯାଆନ୍ତି ପିତାମ୍ବର ବାବୁ। ସବୁ ପ୍ରତିଶ୍ରୁତି ନିର୍ବାଚନ ପରେ ପାଣିର ଗାର ପାଲଟେ ବୋଲି କହିଛନ୍ତି ଲେନିନ୍‌ ମହାନ୍ତି। ତାଙ୍କର ଏଭଳି ମିଛୁଆ ବ୍ୟବହାର ପାଇଁ ଲୋକ ତାଙ୍କୁ ଭଲ ପାଉନାହାଁନ୍ତି। ଓବିସି କ୍ଷେତ୍ରରେ ବୈପ୍ଳବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରଶଂସା ଦେଶବାସୀ କରିଛନ୍ତି ବୋଲି ଲେନିନ୍‌ ମହାନ୍ତି କହିଛନ୍ତି।

Leave a Reply