ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ବର: ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପି ଓ କଂଗ୍ରେସକୁ ବିଜେଡିର କଡ଼ା ଜବାବ । ଉଭୟ ଦଳକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଠିକା ନିଯୁକ୍ତି ପାଇଁ ଗୁଜରାଟ ସରକାରଙ୍କ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ । ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ହେଉଥିବା ବେଳେ ଓଡ଼ିଶାରେ ଦୁଇ ଦଳ କାହିଁକି ପ୍ରଶ୍ନ କରୁଛନ୍ତି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି ।

ଠିକା ନିଯୁକ୍ତି ନେଇ ଧରାପଡ଼ିଲା ବିରୋଧୀଙ୍କ ଦୋମୁହିଁ ନୀତି ।  ଧରା ପଡ଼ିଲା ରାଜନୀତି । ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଠିକା ନିଯୁକ୍ତି ହେଉଛି । ଓଡ଼ିଶାରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତିରେ ରାଜ୍ୟ ବିଜେପି ଓ କଂଗ୍ରେସ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବିଜେଡି ସାଂସଦ ସସ୍ମିତ ପାତ୍ର ବର୍ଷିଛନ୍ତି  । ଏ ହେଉଛି ସେହି ବିଜ୍ଞାପନ । ଗୁଜରାଟ ସରକାର ଜ୍ଞାନ ସହାୟକ ଠିକା ନିଯୁକ୍ତି ପାଇଁ ଏହି ବିଜ୍ଞାପନ ପ୍ରକାଶ ପାଇଛି । କେବଳ ଗୁଜରାଟ ନୁହେଁ, ବିଜେପି ଓ କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟରେ ଠିକା ନିଯୁକ୍ତି କରାଯାଉଛି । ସେସବୁ ରାଜ୍ୟରେ ଠିକା ନିଯୁକ୍ତି ନେଇ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶାରେ ଏହି ଦୁଇ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛି ବିଜେଡି ।

ସେପଟେ ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପିର ହୀନ ରାଜନୀତି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେପି ଶାସିତ ରାଜ୍ୟରେ ସରକାର ଠିକା ନିଯୁକ୍ତି ଦେଉଥିବା ବେଳେ ଓଡ଼ିଶାରେ ଏ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି  । ବିଜେପି ନେତା ଏଥିରୁ ବିରତ ରହିବାକୁ ସୁର ପରାମର୍ଶ ଦେଇଛନ୍ତି ।