ପାଣିପାଗର ଆଳରେ ଉପନିର୍ବାଚନ ସ୍ଥଗିତ ରଖିବା ଲଜ୍ଜାଜନକ ଘଟଣା: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ସକାଳେ ନୋଟିଫିକେସନ ବାହାରିଲା, ଆଉ ସନ୍ଧ୍ୟାରେ ବଦଳିଗଲା । ପାଗ କଥା କହି ଉପ ନିର୍ବାଚନ ବାତିଲ କରିବା ଏକ ଲଜ୍ଜାଜନକ ଘଟଣା ବୋଲି କହିଛି ବିଜେଡି । ପୂର୍ବରୁ କ’ଣ ସେ ପାଗ ବାବଦରେ ଜାଣି ପାରୁ ନଥିଲେ କି ବୋଲି ପ୍ରଶ୍ନ କରିଛି ବିଜେଡି ।
କାହା ଚାପରେ ନିଷ୍ପତ୍ତି ବଦଳିଲା, ନିର୍ବାଚନ କମିଶନ ସ୍ପଷ୍ଟ କରିବା ଉଚିତ । ବିଜେପି ଚାପ ପକାଇ ନିର୍ବାଚନ ସ୍ଥଗିତ କରୁଛି କି ? ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେବାରେ ସିଦ୍ଧହସ୍ତ । ପୂର୍ବରୁ ବିଜେପି ଚଞ୍ଚକତା କରି ଜିତିଥିଲେ । ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଗୋଟିଏ ବର୍ଷରେ ସବୁ କ୍ଷେତ୍ରରେ ଫେଲ ହୋଇଛି ବିଜେପି । ସେମାନେ ଡରୁଛନ୍ତି, ଗାଁକୁ ଗଲେ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେପଟେ ବିଜେଡି ସହିତ ସ୍ବର ମିଳିଳାଇଛି କଂଗ୍ରେସ । ରାଜ୍ୟ ସରକାର ପରାଜୟ ଭୟରେ ୨୪ ଘଣ୍ଟା ପରେ ନିଷ୍ପତ୍ତି ବଦଳାଇଥିବା ଅଭିଯୋଗ କରିଛି କଂଗ୍ରେସ ।