spot_img

Latest Posts

୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି: ପ୍ରତି ନିର୍ବାଚନ ମଣ୍ଡଳୀରେ ନବୀନ ସରକାର ସମୟର ସଫଳତା ବଖାଣିବେ ନେତା

୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି: ପ୍ରତି ନିର୍ବାଚନ ମଣ୍ଡଳୀରେ ନବୀନ ସରକାର ସମୟର ସଫଳତା ବଖାଣିବେ ନେତା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୬ ତାରିଖରେ ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜୁ ଜନତା ଦଳ । ଏହାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ କରିବ ବିଜେଡି । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ସରକାର ସମୟର ସଫଳତା ଓ ବର୍ତ୍ତମାନ ସରକାରର ପ୍ରତାରଣା ସମ୍ପର୍କରେ ସୃଷ୍ଟି କରାଯିବ ଜନସଚେତନତା । ଜନସେବା ଜାରି ରଖିବାକୁ ପ୍ରତିଷ୍ଠା ଦିବସରେ ସଂକଳ୍ପ ନେବେ ଦଳୀୟ କର୍ମୀ ଓ ନେତୃବୃନ୍ଦ । ଏହାସହ ଭୋଟ ଚୋରି ପରି ପ୍ରସଙ୍ଗ ମଧ୍ୟ ଉଠାଇବ ଦଳ ।

୨୮ ବର୍ଷ ପୂରଣ କରି ୨୯ ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ଏହାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ କରାଯିବ ପାଳନ । ଏଥିପାଇଁ ଦଳୀୟ ପଦାଧିକାରୀଙ୍କୁ ଚିଠି ଲେଖି ସେବା କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ୨୮ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରି ଆସୁଛି ବିଜେଡି । ୨୮ ବର୍ଷର ଏହି ଲମ୍ବା ସମୟରେ ଲୋକଙ୍କ ସେବା ଓ ରାଜ୍ୟର ବିକାଶ କରି ଆସୁଛି ଦଳ । ରାଜନୈତିକ ଓ ସାମାଜିକ ଅଙ୍ଗୀକାର ବଦ୍ଧତା ପାଇଁ ମଧ୍ୟ ବେଶ ପରିଚିତ ଲାଭ କରିଛି । ଖାଲି ସେତିକି ନୁହେଁ, ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଓଡ଼ିଶାର ସବୁ କ୍ଷେତ୍ରରେ ଓ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଜନତାଙ୍କ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ପାଇ ଆସିଛି । ସେହିପରି କର୍ମକର୍ତ୍ତା ଓ ଜନ ପ୍ରତିନିଧିଙ୍କ ନିଷ୍ଠା ମନୋଭାବ ଯୋଗୁଁ ଲୋକଙ୍କ ନିକଟତର ହୋଇଛି ବିଜେଡି ।

ଏକ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ବିକାଶର ଆଭିମୁଖ୍ୟକୁ ପ୍ରାଥମିକତା ଦେଇଆସୁଛି ବିଜେଡି । ଏହାସହ ବିଭିନ୍ନ ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଜନସାଧାରଣଙ୍କୁ ସଚେତନ କରାଉଛି । ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ବି ଉତ୍ତୋଳନ କରୁଛି ଦଳ । ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ଯ୍ୟକ୍ରମକୁ ଜାରି ରଖିବ । ସେହିପରି ନବୀନ ସରକାରଙ୍କ ସମୟରେ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ଓ ବର୍ତ୍ତମାନର ବିଜେପି ସରକାରର ଜନ ବିରୋଧୀ ନୀତି, ଦରଦାମ ବୃଦ୍ଧି, କୁଆଡ଼େ ଗଲା ନିର୍ବାଚନୀ ପ୍ରତିଶୃତି ପରି ପ୍ରସଙ୍ଗରେ ପ୍ରତିଷ୍ଠା ଦିବସରେ ଆଲୋଚନା ହେବ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ ରକ୍ଷା କରିବାର ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ ।

ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇବେ ନବୀନ । ଏହାସହ ନୂଆବର୍ଷ ସମସ୍ତ ପାଇଁ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିବେ ।

Latest Posts

Don't Miss